କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଏପରି କରିଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ସକାଳ ୬ଟା ସମୟରେ ଭଙ୍ଗାରୁଜା ଘଟଣା ଘଟିଛି। ତେବେ କଂଗ୍ରେସ ଭବନର ଯୁବ କଂଗ୍ରେସ ଅଫିସରେ କେଉଁମାନେ ଏଭଳି କାଣ୍ଡ ଘଟାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସର ଜଣେ ଯୁବ ନେତାଙ୍କ କହିବା ଅନୁସାରେ ଦଳ ଆଗକୁ ବଢୁ ନଥିବାରୁ ଛାତ୍ର କଂଗ୍ରେସ ମଧ୍ୟରେ ଦିନକୁ ଦିନ ଆକ୍ରୋଶ ବଢିବାରେ ଲାଗିଛି। ଭଙ୍ଗାରୁଜା କୌଣସି ବାହାର ଲୋକ କରିନାହାନ୍ତି ଏହା ଯୁବ କଂଗ୍ରେସର ଗୋଷ୍ଠୀ ବିବାଦ। ଏଥିରେ କୌଣସି ବରିଷ୍ଠ ନେତାଙ୍କ ହସ୍ତକ୍ଷପ ନାହିଁ। ପିପିଲି ନିର୍ବାଚନରେ ଛାତ୍ର ସଭାପତି କୌଣସି ଯୁବ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳି ନଥିଲା। ଯୁବ କଂଗ୍ରେରେ ଗୋଷ୍ଠୀ ବିବାଦ କାରଣରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button