ରେଳ ଦୁର୍ଘଟଣାରେ ସହାୟତା ରାଶି୧୦ ଗୁଣା ବୃଦ୍ଧି

ନୂଆଦିଲ୍ଲୀ : ରେଳ ବୋର୍ଡ ତରଫରୁ ରେଳ ଦୁର୍ଘଟଣାରେ ମିଳୁଥିବା ସହାୟତା ରାଶିକୁ ୧୦ ଗୁଣା ବୃଦ୍ଧି କରାଯାଇଛି। ଏବେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଗୁରୁତରଙ୍କୁ ୨୫ ହଜାର ଟଙ୍କା ବଦଳରେ ୨.୫ ଲକ୍ଷ ଓ ସାଧାରଣ ଆହାତଙ୍କୁ ୫ ହଜାର ଟଙ୍କା ସ୍ଥାନରେ ୨୫ ହଜାର ଟଙ୍କା ପ୍ରଦାନ କରାଯିବ।

ଖବର ଅନୁଯାୟୀ ରେଳ ବିଭାଗ କହିଛି ଯଦି ଟ୍ରେନରେ ଆତଙ୍କବାଦୀ ଆକ୍ରମଣ, ଚୋରୀ କିମ୍ବା କୌଣସି ପ୍ରକାର ହିଂସା ହୁଏ ତେବେ ପୀତିତଙ୍କୁ ସହାୟତା ପ୍ରଦାନ କରାଯିବ। ରେଳ ବୋର୍ଡ ତରଫରୁ ୨୦୨୩ ସେପ୍ଟେମ୍ବର ୧୮ ତାରିଖରେ ଜାରି ସର୍କୁଲାରରେ ଏହି ସୂଚନା ଦିଆଯାଇଛି। ଏହି ନିୟମ ସେପ୍ଟେ୍ମ୍ବର ୧୮ ତାରିଖରୁ ଲାଗୁ ହୋଇଛି। ଯଦି ଦୁର୍ଘଟଣାରେ ଶିକାର ହୋଇଥିବା କୌଣସି ବ୍ୟକ୍ତି ତିନିଦିନରୁ ଅଧିକ ମେଡିକାଲରେ ରହୁଛନ୍ତି ତେବେ ରେଳ ବିଭାଗ ତରଫରୁ ମେଡିକାଲ ବିଲ୍ ପ୍ରଦାନ କରାଯିବ। ଆହାତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ଦୈନିକ ୩ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରେଳ ବିଭାଗ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *

Back to top button