ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁକଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ନିଷେଧାଦେଶ ଜାରି କରିଥିଲେ। ଦେଶର ସମସ୍ତ ରାଜ୍ୟ ପାଇଁ ଏହା ଲାଗୁହେବ ବୋଲି ଆଜି କୋର୍ଟ ସ୍ପଷ୍ଟ କରିଛନ୍ତି।
ଖବର ଅନୁଯାୟୀ ରାଜସ୍ଥାନର ଉଦୟପୁର ବାୟୁମଣ୍ଡଳ ବିଷାକ୍ତ ନେଇ ଏକ ଆବେଦନର ଶୁଣାଣି ଶୁଣାଣି କରି କୋର୍ଟ କହିଛନ୍ତି ୨୦୧୮ ମସିହାରେ ଦିଲ୍ଲୀ ରାଜଧାନୀ ଅଞ୍ଚଳ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ସମଗ୍ର ଦେଶ ପାଇଁ ଲାଗୁ ହେବ। ବାଣ ବିକ୍ରି ଉପରେ ଲାଗୁ କଟକଣାକୁ ହଟାଇବା ପାଇଁ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ପ୍ରଦୂଷଣ ମାତ୍ରା ବଢ଼ାଉଥିବାରୁ ଏହାକୁ ହଟାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆଉ କହିଛନ୍ତି ପ୍ରଦୂଷଣ ମାତ୍ରା କମ୍ କରିବା କେବଳ କୋର୍ଟଙ୍କ ଦାୟିତ୍ୱ ନୁହେଁ ଏହା ସମସ୍ତଙ୍କ କର୍ତ୍ତବ୍ୟ। ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ।