ବ୍ରିଟେନରୁ ଭାରତ ଆସିଲେ ୧୦ଦିନ ସଂଗରୋଧ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଭାରତରେ କୋଭିସିଲଡ୍ ଟିକା ନେଇଥିବା ଲୋକଙ୍କୁ ବ୍ରିଟେନ୍ କ୍ଵାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଛି। ଏହାର ଜବାବ ସମାନ ଢଙ୍ଗରେ ଦେଇଛି ଭାରତ। ଅକ୍ଟୋବର ୪ରୁ ଏହି ନିୟମ ଲାଗୁ ହେବ।

ଖବର ଅନୁଯାୟୀ ଭାରତ ସରକାରଙ୍କ ନୂଆ ନିୟମ କରିଛନ୍ତି ବ୍ରିଟେନରୁ ଭାରତ ଆସୁଥିବା ବ୍ୟକ୍ତିଙ୍କୁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ। ଭାରତରେ ପହଞ୍ଚିବା ପରେ ଆରଟିପିସିଆଇର ଟେଷ୍ଟ ଓ ରହିବାର ୮ମ ଦିନରେ ଆଉଥରେ ଆରଟିପିସିଆର ଟେଷ୍ଟ କରାଯିବ। ଟିକା ନେଇଥିଲେ ମଧ୍ୟ ସେମାନଙ୍କ ପାଇଁ ଏହି ନିୟମ ଲାଗୁହେବ। ଅର୍ଥାତ ଭାରତରେ ପହଞ୍ଚିବା ପରେ ବ୍ରିଟେନ ଯାତ୍ରୀଙ୍କୁ ୧୦ ଦିନ କ୍ଵାରାଣ୍ଟାଇନରେ ରହିବାକୁ ପଡ଼ିବ।

ସୂଚନାଯୋଗ୍ୟ କୋଭିସିଲ୍ଡକୁ ବ୍ରିଟେନରେ ଅନୁମତି ରହିଥିବା ସତ୍ତ୍ୱେ ଭାରତରେ ଏହି ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ୧୦ ଦିନ କ୍ଵାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button