ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେବାରୁ ପାଣି ଢ଼ାଳି ଲଙ୍କା ଗୁଣ୍ଡ ଫିଙ୍ଗିଲେ

ବ୍ରହ୍ମପୁର : ନ୍ୟାୟ ପାଇଁ ପ୍ରେମିକଙ୍କ ଘର ସାମ୍ନାରେ ଆଜି ପୁଣି ଥରେ ଧାରଣା ଦେଇଛନ୍ତି। କିନ୍ତୁ ପ୍ରେମିକଙ୍କ ମାଆ ଦୀପିକାଙ୍କ ଉପରେ ପାଣି ଢାଳିବା ସହିତ ଲଙ୍କା ଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଏହି ଘଟଣା ଘଟିଛି। ନ୍ୟାୟ ପାଇଁ ଦୀପିକା ଧାରଣା ଦେବାକୁ ଆସି ପ୍ରେମିକଙ୍କ ଘର ସାମ୍ନାରେ ବସିଥିଲେ। ଠିକ୍‌ ଏହି ସମୟରେ ପ୍ରେମିକଙ୍କ ମାଆ ପାଣି ଢ଼ାଳି ଦେଇଥିଲେ। ଦୀପିକା ଓଦା ହୋଇ ଯାଇଥିଲେ ମଧ୍ୟ ଧାରଣାରୁ ନଉଠିବାରୁ ତାଙ୍କ ଉପରକୁ ପ୍ରେମିକଙ୍କ ମାଆ ଲଙ୍କା ଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଶ୍ୱଶୁର ଘର ଲୋକଙ୍କଠାରୁ ଅପମାନିତ ହୋଇ ସେ ବ୍ରହ୍ମପୁର ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଦୀପିକା ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ଗତବର୍ଷ ପ୍ରାୟ ୬ ମାସ ଧାରଣାରେ ବସିଥିଲେ। ପରେ ହାଇକୋର୍ଟକୁ ଯାଇଥିଲା ମାମଲା। ଶୀଘ୍ର ନ୍ୟାୟ ମିଳିବ ବୋଲି ସେ ଆଶାକରି ଧାରଣାରୁ ଉଠି ଯାଇଥିଲେ। ଇତି ମଧ୍ୟରେ ବର୍ଷେ ବିତି ଯାଇଥିଲେ ମଧ୍ୟ ମାମଲା କୋର୍ଟରେ ପଡ଼ି ରହିଛି। ବିଳମ୍ବିତ ନ୍ୟାୟ ଯୋଗୁ ବାଧ୍ୟ ହୋଇ ଧାରଣାରେ ବସିଥିବା ଦୀପିକା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button