ଟ୍ରକ୍‌ରେ ଗୋରୁ ଚମଡା : ଡ୍ରାଇଭର ଓ ହେଲପରଙ୍କୁ ମାଡ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ଛକରେ ଗୋରୁ ଚମଡ଼ା ବୋଝଇ ଟ୍ରକ୍‌ ଧରାପଡ଼ିଛି। ବାହାରକୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ଗାଡ଼ିକୁ ଅଟକାଇ ଥିଲେ। ଗାଡ଼ି ଭିତରେ ଶହ ଶହ ଗୋରୁ ଚମଡ଼ା ଦେଖି ଉତ୍ୟକ୍ତ ଲୋକେ ଟ୍ରକକୁ ଓଲଟାଇବା ସହ ରାସ୍ତା ରୋକ କରିଥିଲେ। କେବଳ ସେତିକି ନୁହେଁ ଟ୍ରକ ଡ୍ରାଇଭର ଓ ହେଲପରକୁ ମାଡ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ଜୋନ୍ ୨ଏସିପି ଓ ଏୟାରଫିଲ୍ଡ ଓ ଲିଙ୍ଗରାଜ ଥାନା ପୋଲିସ ଏକ ପ୍ଲାଟୁନ ଫୋର୍ସସହ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button