କର୍ଣ୍ଣାଟକରେ କଂଗ୍ରେସ ସରକାର : ଶରଦ ପାୱାର

ମୁମ୍ବାଇ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆସନ୍ତା ୧୩ ତାରିଖ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ସେଠାରେ କିଏ ସରକାର ଗଠନ କରିବ ତାହାକୁ ନେଇ ଅଙ୍କକଷା ଚାଲିଛି। ହେଲେ ରାଷ୍ଟ୍ରବାଦୀ କଂଗ୍ରେସ (ଏନସିପି) ମୁଖ୍ୟ ଶରଦ ପାୱାର କହିଛନ୍ତି କର୍ଣ୍ଣାଟକରେ କଂଗ୍ରେସ ସରକାର ହେବାକୁ ଯାଉଛି।

ଖବର ଅନୁଯାୟୀ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୁରୁବାର ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସେଠାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଊପସ୍ଥିତଥିଲେ। ଆଲୋଚନା ପରେ ଏନସିପି ମୁଖ୍ୟ ଶ୍ରୀ ପାୱାର କହିଲେ ଦେଶର ପରିସ୍ଥିତିକୁ ଦେଖି ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ମିଳିମିଶି କାମ କରିବା ଜରୁରି। ଯଦି ଏମିତି ହୁଏ ତେବେ ଦେଶକୁ ଯେଉଁ ବିକଳ୍ପର ଆବଶ୍ୟକତା ଅଛି ସେଥିଲାଗି ସମର୍ଥନ ହୁଏତ ମିଳିଯାଇପାରେ। ଏହାଛଡା କର୍ଣ୍ଣାଟକ ବିଧାନସଭାରେ ଲୋକେ ବିଜେପିକୁ ହଟାଇ ଏକ ଧର୍ମ ନିରପେକ୍ଷ ସରକାରଙ୍କୁ ବାଛିବେ ଶରଦ ପାୱାର କହିଛନ୍ତି। ସେହିପରି ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ ଚଳାଇଥିବା ନିତିଶ କୁମାର କହିଛନ୍ତି ବିଜେପି ଯାହା କରୁଛି ଦେଶପାଇଁ ତାହା ହିତକର ନୁହେଁ। ତେଣୁ ଆମେ ଚାହୁଁଛୁ ସବୁ ବିରୋଧୀ ଦଳ ଏକଜୁଟ ହୁଅନ୍ତୁ।

Leave a Reply

Your email address will not be published. Required fields are marked *

Back to top button