ବନ୍ଧା ହେଲେ ୨ ଲେଡି ବାଉନସର

ଭୁବନେଶ୍ଵର : ବିବାଦୀୟ ଜମି ଦଖଲ ଦେବା ପାଇଁ କୋଟିଏ ଟଙ୍କାର ବଟି ଓ ଭଙ୍ଗାରୁଜା କରିଥିବା ଘଟଣାରେ ୨ଜଣ ଲେଡି ଡନଙ୍କୁ ପୋଲିସ ବାନ୍ଧିଛି। ଏ ଦୁଇଜଣ ଲକ୍ଷ୍ମୀସାଗର ଅଞ୍ଚଳର ବୋଲି ଜଣାପଡ଼ିଛି।

ଏହି ଘଟଣାରେ ନୟାପଲ୍ଲୀ ପୋଲିସ ଗତକାଲି ୭ଜଣ ମାଫିଆଙ୍କୁ ବାନ୍ଧିଥିଲା। ବିବାଦୀୟ ଜମିକୁ ଦଖଲ ନେଉଥିବା ଓ ଲକ୍ଷାଧିକ ଟଙ୍କାର ଅସବାବପତ୍ର ଭଙ୍ଗାରୁଜା କରିଥିବା ଏମାନଙ୍କ ନାଁରେ ଅଭିଯୋଗ ହୋଇଛି। ନୟାପଲ୍ଲୀ ଥାନାରେ ୨୫ ତାରିଖରେ ଏତଲା ଦିଆଯିବାରୁ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବଳିଆରସିଂ ଓ ଆଶିଷ ରାୟ ଗିରଫ ହୋଇଥିଲେ। ନକୁଳ ମହାକୁଡ଼ ନାଁରେ ପୂର୍ବରୁ ଏନଏସଏ ଲାଗିଥିଲା। ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଏବେ ଫେରାର ଅଛନ୍ତି। ମହିଳାଙ୍କୁ ଢ଼ାଲ କରି ଗ୍ୟାଙ୍ଗ ଚଳାଇଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button