ବାର୍ଷିକୋତ୍ସବ ପାଳନ ନେଇ ଆନନ୍ଦପୁର ପ୍ରେସ୍ ପରିଷଦର ପ୍ରସ୍ତୁତି ବୈଠକ
![ବାର୍ଷିକୋତ୍ସବ ପାଳନ ନେଇ ଆନନ୍ଦପୁର ପ୍ରେସ୍ ପରିଷଦର ପ୍ରସ୍ତୁତି ବୈଠକ 1 janatakhabar.in](https://janatakhabar.in/wp-content/uploads/2023/12/e6f5f35d-1059-480b-ab80-c6c4220f87dc-780x470.jpg)
ଆନନ୍ଦପୁର : ଆନନ୍ଦପୁର ପ୍ରେସ୍ ପରିଷଦ ପକ୍ଷରୁ ପ୍ରଥମ ବାର୍ଷିକୋତ୍ସବ ପାଳନ ନେଇ ଆନନ୍ଦଭବନ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଖବର ଅନୁଯାୟୀ ପ୍ରେସ ପରିଷଦର ସଭାପତି ନିରାକାର ଦଳେଇଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ହରେକୃଷ୍ଣ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପରିଷଦର ଉପଦେଷ୍ଟା ଡ଼. ରମାକାନ୍ତ ନାୟକ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ସାହୁ, ଶୁଭାଶିଷ ପାଢ଼ୀ, ସତ୍ୟରଂଜନ ଦାସ, , ଗଣେଶ୍ଵର ମହାନ୍ତି, ଶ୍ରୀନିବାସ ମିଶ୍ର, ଭରତ କୁମାର ବେହେରା, ମକରଧ୍ଵଜ ସାହୁ, ଆଇନଜୀବୀ ସୁଦାମ ଚରଣ ମଙ୍ଗଳ, ସମାଜସେବୀ ମମତାରାଣୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ସର୍ବ ସମ୍ମତିକ୍ରମେ ୨୦୨୪ ଜାନୁଆରୀ ୭ ତାରିଖ ଦିନ ଆନନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରେସ ପରିଷଦର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହେବବୋଲି ନିଷ୍ପତି ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଓ ବିଭିନ୍ନ ଜିଲ୍ଲାର ବରିଷ୍ଠ ସାମ୍ବାଦିକ, ସମାଜସେବୀ, କବି, ଶିକ୍ଷାବିତ୍ ଓ ଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବନ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।