ବିଜେଡି ନେତାଙ୍କୁ ହାଣି ନଦୀକୁ ପିଙ୍ଗିଦେଲେ

ବ୍ରହ୍ମପୁର : ଗଞ୍ଜାମର ଶେରଗଡ ଥାନା କୁମାରପାଣି ପଂଚାୟତର ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା। ବାରସିଙ୍ଗି ଗାଁ ନିକଟ ନନ୍ଦିନୀ ସେତୁ ଉପରେ ଦର୍ବୃତ୍ତମାନେ ତାଙ୍କୁ ମରାନ୍ତକ ଆକ୍ରମଣ କରି ନଦୀକୁ ଫିଙ୍ଗିଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ମଧୁ ସ୍ଥାନୀୟ ଅଂଚଳର ଜଣେ ଦକ୍ଷ ସଙ୍ଗଠକ। ସେ ସହଯୋଗୀ କୃଷ୍ଣଙ୍କ ସହ ଶେରଗଡ ଆସି ଘରକୁ ଫେରୁଥିବା ବେଳେ ପ୍ରାୟ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ହାଣିବା ସହ ପ୍ଲାଷ୍ଟିକ ପାଇପରେ ଆକ୍ରମଣ କରିଥିଲେ। କିନ୍ତୁ କୃଷ୍ଣ ଘଟଣାସ୍ଥଳରୁ ଖସିଯିବାରୁ ମଧୁଙ୍କୁ ସେମାନେ ଗୁରୁତର ଅବସ୍ଥାରେ ନଦୀକୁ ଫୋପାଡି ଦେଇଥିଲେ। ଖବର ପାଇଁ ଶେରଗଡ ପୋଲିସ ମଧୁଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲତଳୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

କେନାଲ ପାଣିକୁ ନେଇ ବିବାଦ ଓ ରାଜନୈତିକ ଶତ୍ରୁତା କାରଣରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କିଛିଦିନ ତଳେ କେନାଲ ପାଣିକୁ ନେଇ ସ୍ଥାନୀୟ ସରଂପଚଙ୍କ ସହ ମଧୁଙ୍କ ପାଟିତୁଣ୍ଡ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ ଘଟଣାର ଛାନଭିନ କରୁଥିବା ବେଳେ ନିକଟସ୍ଥ ଦୋକାନରେ ଥିବା ସିସିଟିଭି ଫୁଟେଜକୁ ଯାଂଚ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button