ବୁର୍ଖା ପିନ୍ଧିଲେ ୯୧ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ : କୌଣସି ମହିଳା ବୁର୍ଖା ପିନ୍ଧନ୍ତି ବା ଚେହେରା ଢାଙ୍କି ରାସ୍ତାକୁ ଆସନ୍ତି ୯୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏଭଳି ଏକ ବିଲ୍ ସ୍ୱିଜରଲ୍ୟାଣ୍ଡ ସଂସଦରେ ପାରିତ ହୋଇଛି।

ଖବର ଅନୁଯାୟୀ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ସ୍ୱିଜରଲ୍ୟାଣ୍ଡରେ ଆଇନକୁ ମଞ୍ଜୁରୀ ମିଳିଛି। ସ୍ୱିଜରଲ୍ୟାଣ୍ଡ ସଂସଦରେ ବିଲକୁ ନେଇ ଭୋଟିଂ ହୋଇଥିଲା। ବିଲ୍ ସପକ୍ଷରେ ୧୫୧ଟି ଓ ବିରୋଧରେ ମାତ୍ର ୨୯ଟି ଭୋଟ ପଡିଥିଲା। ଏହି କ୍ରମରେ ଯଦି ସେଠାରେ କୌଣସି ମହିଳା ବୁର୍ଖା ପିନ୍ଧିଥିବା ବା କୌଣସି କପଡାରେ ଚେହେରା ଲୁଚାଇଥିବା ଦେଖିବାକୁ ମିଳେ ତେବେ ଆଇନ ମୁତାବକ ତାଙ୍କୁ ୧ହଜାର ସ୍ୱିସ୍ ଫ୍ରେଙ୍କ ବା ପାଖାପାଖି ୯୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।

ପୂର୍ବରୁ ଏହି ଆଇନକୁ ଉଚ୍ଚ ସଂସଦରେ ଅନୁମୋଦନ ମିଳିଥିଲା। ଏବେ ଏହାକୁ ସଂଘୀୟ ସଂସଦରେ ଅନୁମୋଦନ ମିଳିଛି। ସାର୍ବଜନୀକ ସ୍ଥାନ ଓ ବେସରକାରୀ କାର୍ଯ୍ୟାଳୟରେ ଏହି ଆଇନକୁ ପାଳନ କରିବା ଜରୁରୀ ବୋଲି କୁହାଯାଇଛି। ଏହି ନିୟମ ଲାଗୁ ହେବା ପରେ କେବଳ ପୂଜାସ୍ଥଳୀ ବ୍ୟତୀତ ସର୍ବସାଧାରଣ ସ୍ଥାନ ଓ ବେସରକାରୀ କାର୍ଯ୍ୟାଳୟରେ ମହିଳାମାନେ ନାକ, ପାଟି ଓ ଆଖିକୁ ବୁର୍ଖାରେ ଘୋଡାଇପାରିବେ ନାହିଁ।

Leave a Reply

Your email address will not be published. Required fields are marked *

Back to top button