ମଣିପୁରରେ ପୁଣି ହିଂସା : ୩ ଯୁବକଙ୍କୁ ହତ୍ୟା

ଇମ୍ଫାଲ : ମଣିପୁରରେ ପୁଣି ହିଂସା ତେଜିଲା। ମାତ୍ର କିଛିଦିନର ବ୍ୟବଧାନ ପରେ କୁକି ସଂପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ନାଗା ବହୁଳ ଉଖରୁଲ ଜିଲ୍ଲାରେ ଏହି କାଣ୍ଡ ଘଟାଇ ସଶସ୍ତ୍ର ଦୁର୍ବୃତ୍ତମାନେ ମିଆଁମାରକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଶୁକ୍ରବାର ଭୋର ସମୟରେ ଥୋୱାଇ କୁକିର କୁକି ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକମାନେ ହେଲେ ଥାଙ୍ଗଖୋକାଇ ହାଓକିପ୍‌, ଜାମଖୋଗିନ ହାଓକିପ୍‌, ଓ ହୋଲେନସନ୍‌ ବାଇତେ। ଏମାନେ ରାତିରେ ଗାଁର ସୁରକ୍ଷା ଦାୟିତ୍ୱରେ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି।

ସୂଚନାଯୋଗ୍ୟ ଶେଷଥର ପାଇଁ ଗତ ୫ ତାରିଖରେ ମଣିପୁରରେ ହିଂସା ଦେଖାଦେଇଥିଲା। ଗୋଷ୍ଠୀ ସଂଘର୍ଷରେ ୬ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଥିଲେ। ସେହିପରି ମେ’ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ବିରୋଧର ସ୍ୱର ତୀବ୍ର ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button