ବିଜେବି କଲେଜର ୩ ଛାତ୍ରଙ୍କୁ ହାଣିଲେ ଅଣଛାତ୍ର

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଶିକ୍ଧନୁଷ୍ଠାନରେ ଅଣଛାତ୍ରଙ୍କ ରାଜ। ବିଜେବି କଲେଜ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଘଟିଛି ଗଣ୍ଡାଗୋଳ। ଛାତ୍ରମାନେ ସକାଳୁ କ୍ରିକେଟ୍‌ ଖେଳୁଥିବା ବେଳେ ସେହିଠାରେ ଅଣଛାତ୍ର ଖେଳିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। ୧୫ ଅଣଛାତ୍ର କଲେଜର ୩ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆମ୍ବେଦକର ହଷ୍ଟେଲର ଛାତ୍ର ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବଡ଼ଗଡ଼ ପୋଲିସ ୪।୫ଜଣ ଛାତ୍ରଙ୍କୁ ଅଟକ ରଖିଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button