ଡକାୟତ ଗ୍ୟାଙ୍ଗକୁ ଧରିଲା ବ୍ରହୁପୁର ପୋଲିସ

ବ୍ରହ୍ମପୁର : ଗ୍ୟାରେଜ ମେକାନିକରୁ ଡକାୟତ ଗ୍ୟାଙ୍ଗ। ଗାଡି ଚୋରି ଓ ଘରେ ପଶି ଲୁଟ୍ କରୁଥିବା ଏକ ଅପରାଧୀ ଗ୍ୟାଙ୍ଗକୁ ବାନ୍ଧିଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ।

ଖବର ଅନୁଯାୟୀ ଗତ କିଛିମାସ ହେଲା ସ୍ଥାନୀୟ ଅଞ୍ଚଳରେ ଏହି ଡକାୟତ ଗ୍ୟାଙ୍ଗ ଆତଙ୍କ ଖେଳାଇଥିଲେ। ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବୁଲେଟ, ୫ଟି ମୋଟର ସାଇକେଲ, ୧୭ଟି ମୋବାଇଲ ଫୋନ୍ , ୩୮ଗ୍ରାମର ଦୁଇଟି ସୂନା ଚେନ୍ ଓ ଗୋଟିଏ ସୁନା ମୁଦି, ୫୫ ଗ୍ରାମର ରୁପା, ନଗଦ ୩ ହଜାର ୩୩୨ଟଙ୍କା ଜବତ କରିଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button