ଆସନ୍ତାକାଲି କଟକ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ଭେଟିବା ସହ ମୃତାହତଙ୍କ ପରିବାରଙ୍କୁ କ୍ଷତିପୂରଣ ରାଶି ଚେକ ମାଧ୍ୟମରେ ପ୍ରଦାନ କରିବେ।

ସୂଚନଯୋଗ୍ୟ ବାହାନଗା ରେଳ ଦୁର୍ଘଟଣାକୁ ନେଇ ମମତା କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର କେବଳ ଅଧିକ କଥା କହୁଛନ୍ତି ବୋଲି ତାଚ୍ଛଲ୍ୟ କରିଥିଲେ। ଅଭିଯୋଗ କରିଥିଲେ କେନ୍ଦ୍ର ସରକାର ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ଚପାଇଦେବାକୁ ଉଦ୍ୟମ କରୁଛନ୍ତି। ନିକଟ ଅତୀତରେ ଏହା ହେଉଛି ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୦ ପ୍ରତିଶତ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପାଇଁ ଭୁଲ୍‌ ମଧ୍ୟ ମାଗିବାକୁ ପ୍ରସ୍ତୁତ ନୁହନ୍ତି। ଏକ ବିପର୍ଯ୍ୟୟ ସମୟରେ ସମ‌ସ୍ତେ ମିଳିମିଶି କାର୍ଯ୍ୟ କରିବା କଥା। ମାତ୍ର କେନ୍ଦ୍ର ସରକାର ଦାୟିତ୍ଵରୁ ହାତ ଖସେଇଦେବା ସହିତ ନିଜ ତ୍ରୁଟି ବଦଳରେ ଅନ୍ୟର ଭୁଲ ଦେଖାଇବାରେ ବ୍ୟସ୍ତ। ସେହିପରି ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ ମମତା କହିଛନ୍ତି ସତ ଜାଣିବାର ଆବଶ୍ୟକତା ଅଛି। ସତକୁ ଚପାଇବାର ସମୟ ନୁହେଁ।

Leave a Reply

Your email address will not be published. Required fields are marked *

Back to top button