ଆପକୁ ଟାର୍ଗେଟ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼ : ଚମକୌର୍ ସାହିବ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଚରଣଜୀତ୍ ସିଂହ ଚନ୍ନୀ ଆଜି ପଞ୍ଜାବର ୧୬ଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବର ରାଜ୍ୟପାଳ ବନ୍ୱାରିଲାଲ୍ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେନ୍ତି। ପରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
ଚରଣଜୀତ୍ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ମୁଁ ଆମ୍ ଆଦମୀ, ମୁଖ୍ୟମନ୍ତ୍ରୀ ପଦରେ ବସିଥିବାବେଳେ ଅନ୍ୟ ଦଳମାନେ କେବଳ ଆମ୍ ଆଦମୀ ବିଷୟରେ କହୁଛନ୍ତି। ଏହା ହେଉଛି ଆମ୍ ଆଦମୀ ସରକାର। ଯାହା ପଞ୍ଜାବ ପାଇଁ ଅନେକ ବିକାଶମୂଳକ ନିଷ୍ପତ୍ତି ନେବ। ମୁଁ ସାଧାରଣ ଲୋକ। କୃଷକ ଓ ଦଳିତଙ୍କର ମୁଁ ପ୍ରତିନିଧି। ମୁଁ ଧନୀମାନଙ୍କର ପ୍ରତିନିଧି ନୁହେଁ। ଯେଉଁମାନେ ବାଲି ଖନନ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ସେମାନେ ମୋ ପାଖକୁ ଆସିବେ ନାହିଁ। ମୁଁ ସେମାନଙ୍କ ପ୍ରତିନିଧି ନୁହେଁ।
ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବିଷୟରେ ସେ କହିଛନ୍ତି ଅମରିନ୍ଦର ସିଂ ଭଲ କାମ କରିଛନ୍ତି। ମୁଁ କ୍ୟାପଟେନଙ୍କ ଅଧା ରହିଯାଇଥିବା କାର୍ଯ୍ୟକୁ ସମାପ୍ତ କରିବି।