ଉତ୍ତରାଖଣ୍ଡ : ଟ୍ରାନ୍ସ୍ଫର୍ମର୍ ଫାଟିବାରୁ ୧୬ ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ ସାଇଟରେ ବିଦ୍ୟୁତ୍ ଟ୍ରାନ୍ସ୍ଫର୍ମର୍ ବିସ୍ଫୋରଣ ଘଟିବାରୁ ୧୬ ଜଣକର ମୃତ୍ୟୁ ଘଟିଛି।
ଖବର ଅନୁଯାୟୀ ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। କରେଣ୍ଟ ଲାଗି ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଗାଁର ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ କର୍ମଚାରୀ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଅନେକ ଲୋକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କୁ ତୁରନ୍ତୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଏବେ ସୁଦ୍ଧା୧୬ଜଣକର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ସବ ଇନ୍ସପେକ୍ଟର ଓ ୫ଜଣ ହୋମଗାର୍ଡ ରହିଥିବା ଜଣାପଡ଼ିଛି।



























