ଫେବ୍ରୁଆରି ୧୪ରୁ ଯୁକ୍ତ-୨ ପରୀକ୍ଷା, ନଭେମ୍ବର ୧୦ରୁ ଫର୍ମ ପୂରଣ

ଭୁବନେଶ୍ଵର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚ୍‌ଏସ୍‌ଇ ଦ୍ଵାରା ପରିଚାଳିତ ଯୁକ୍ତ ୨ ଦ୍ଵିତୀୟ ବର୍ଷର ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୧୩ ଯାଏଁ ଚାଲିବ। ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ପରୀକ୍ଷା ଫଳ।

ଖବର ଅନୁଯାୟୀ ଏହି ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ପୂରଣ କରାଯିବ। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସିଏଚ୍‌ଏସ୍‌ ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ଛାତ୍ରଛାତ୍ରୀମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ଚଳିତ ବର୍ଷ ଆଗୁଆ ପରୀକ୍ଷା କରାଯାଉଛି। ଡିସେମ୍ବର ୨୫ ତାରିଖ ସୁଦ୍ଧା ପିଲାମାନେ ଅନ୍‌ଲାଇନ୍‌ରେ ଆଡମିଟ୍‌ କାର୍ଡ ପାଇପାରିବେ। ଥିଓରି ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ହେବ।

Leave a Reply

Your email address will not be published. Required fields are marked *

Back to top button