ରାଜ୍ୟରେ ଶୀତ ଲହରୀ : ୪ରୁ ୫ ଦିନ ରହିବ ପ୍ରକୋପ

ଭୁବନେଶ୍ଵର : ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ସୁନ୍ଦରଗଡ଼ କିରେଇ ଓ କନ୍ଧମାଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରହିଛି ୮ ଡିଗ୍ରୀ। କେନ୍ଦୁଝର ଓ ଟିଟିଲାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଖବର ଅନୁଯାୟୀ ବୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବନୁମାନ ଆଗାମୀ ୪ରୁ ୫ ଦିନ ଯାଏଁ ପାଗରେ କୋଣସି ପରିବର୍ତ୍ତନ ହେବନି। କନ୍ଧମାଳ ଜିଲ୍ଲାରେ ଶୀତ ଅଧିକ ଅନୁଭବ ହେଉଥିବା ବେଳେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ସେହପରି ମୟୁରଭଞ୍ଜର ଉଦଳାରେ ପ୍ରବଳ ଶୀତ ଅନୁଭୂତ ହେଉଛି।

ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀ ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ରାତ୍ରୀ ତାପମାତ୍ରା ରହିଛି ୮ ଡିଗ୍ରୀ। କିରେଇ ୮.୨, ଜି. ଉଦୟଗିରି ୮.୬ ଓ ରାଉରକେଲା ୮.୮ ଡିଗ୍ରୀ। ଅନୁଗୁଳ ୯, ରାଣୀତାଲ ୯.୪, ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ ୯.୫ ଡିଗ୍ରୀ, କେନ୍ଦୁଝର ଓ କୋରାପୁଟ ୯.୬, ଝାରସୁଗୁଡ଼ା ୯.୮ ଡିଗ୍ରୀ, କଟକ ୧୩.୪ ଓ ଭୁବନେଶ୍ଵରର ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button