ବୋଲେରୋ ଧକ୍କାରେ ବାଇକ୍ ଚାଳକ ମୃତ

କେନ୍ଦୁଝର : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କପାସପଡା ବାଙ୍କ ନିକଟରେ ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା। ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାଁ ଦେବବ୍ରତ ନାଏକ। ଘର ଟିକିରା ଗ୍ରାମର।

ଖବର ଅନୁଯାୟୀ ଦେବବ୍ରତ ବାଇକ୍ ଯୋଗେ ଢେଙ୍କିକୋଟରୁ କେତାଙ୍ଗ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button