ମମତାଙ୍କୁ ଧନ୍ୟବାଦ ଜଣାଇଲେ ବାବୁଲ ସୁପ୍ରିଓ

କୋଲକାତା : ଆସାନସୋଲ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଗତକାଲି ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଥିଲେ। ଆଜି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳର ପ୍ରମୁଖ ୧୧ ଜଣଙ୍କ ମଧ୍ୟରେ ସ୍ଥାନ ଦେଇ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିଥିବାରୁ ବାବୁଲ ସୁପ୍ରିଓ ଦୁହିଁଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରବିବାର ସାମ୍ବାଦିକ ସମ୍ମିଳନୀରେ ବାବୁଲ ସୁପ୍ରିଓ କହିଛନ୍ତି ଯଦି ମୁଁ ଏକାଦଶ କିମ୍ବା ପ୍ରଥମ ଶ୍ରେଣୀରେ ରହି ଖେଳିବାର ସୁଯୋଗ ନ ପାଏ, ତେବେ ମୁଁ ଜୁନିଅର ସ୍ତରରେ ଖେଳିବି ନାହିଁ। ମୁଁ ପ୍ରମୁଖ -୧୧ରେ ରହିବାକୁ ଚାହେଁ। ମୋତେ ପ୍ରମୁଖ ୧୧ରେ ଜଡିତ କରିଥିବାରୁ ମୁଁ ଅଭିଷେକ ଓ ମମତାଙ୍କୁ ଧନ୍ୟବାଦ ଜଣାଉଛି। ଏହା ପ୍ରେରଣାଦାୟକ। କାରଣ ଟିଏମସି ମୋ ରାଜନୀତି ଛାଡିବାର ନିଷ୍ପତ୍ତି ବଦଳାଇବା ସହ ମୋତେ ଉତ୍ସାହିତ କରିବାରେ ସକ୍ଷମ ହୋଇଛି। ଗତ ଚାରିଦିନ ମଧ୍ୟରେ ସେମାନେ ମୋତେ ଉତ୍ସାହିତ କରିଛନ୍ତି।

ସୂଚନାଯୋଗ୍ୟ ବାବୁଲ ସୁପ୍ରିୟ ୨୦୧୪ରେ ବିଜେପିରେ ଯୋଗଦେଇ ରାଜନୀତି ଆରମ୍ଭ କରିଥିଲେ। ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ଦୁଇଥର ସାଂସଦ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button