ଆତତାୟୀଙ୍କ ଗୁଳିରେ ଜେଡି (ୟୁ) ନେତା ନିହତ

କଟିହାର : ଅଜ୍ଞାତ ଆତତାୟୀଙ୍କ ଗୁଳି ଚୋଟରେ ଜେଡି (ୟୁ) ବରିଷ୍ଠ ନେତା କୈଳାସ ମହତୋଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତ୍ରରେ ବିହାର କଟିହାର ଜିଲ୍ଲା ଅନ୍ତର୍ଗତ ବରାରୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ବିହାର ବରାରୀ ଥାନା ଅଞ୍ଚଳର ପୂର୍ବୀ ବାରି ନଗର ପଞ୍ଚାୟତ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ୭୦ ବର୍ଷିୟ କୈଳାସ ମହତୋଙ୍କ ଘର। ତାଙ୍କ ବାସଭବନ ନିକଟରେ କୈଳାସଙ୍କ ପେଟ ଓ ମୁଣ୍ଡକୁ ଲକ୍ଷ୍ୟ କରି ଆତତାୟୀ ଏକାଧିକବାର ଗୁଳି ଚଳାଇଥିଲେ। ଜମିବାଡ଼ି ବିବାଦ ଯୋଗୁଁ କୈଳାସଙ୍କୁ ହତ୍ୟା କରାଯାଇଥିବା ସୂଚନା ରହିଛି। କାରଣ କିଛିଦିନ ପୂର୍ବରୁ ସେ ଜିଲ୍ଲା ପ୍ରଶାସନକୁ ସୁରକ୍ଷା ପାଇଁ ନିବେଦନ କରିଥିଲେ। କଟିହାର ଏସ୍‌ଡିପିଓ ଓମ୍‌ ପ୍ରକାଶ କହିଛନ୍ତି ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

Leave a Reply

Your email address will not be published. Required fields are marked *

Back to top button