‘ଇଶ୍କ ଟ୍ରାଫିକ୍’ରେ ଦେଖିବାକୁ ମିଳିବ ପପୁ ପମପମ୍-ପ୍ରିୟଙ୍କା ଯୋଡି

ଭୁବନେଶ୍ଵର : ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହାସ୍ୟାଭିନେତା ପପୁ ପମପମ ରାଜ୍ୟରେ ବେଶ୍ ଲୋକପ୍ରିୟ। କେବଳ କମେଡି ନୁହେଁ, କେତୋଟି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ଏବେ ତାଙ୍କୁ ଫିଲ୍ମ ‘ଇଶ୍କ ଟ୍ରାଫିକ୍’ରେ ଦେଖିବାକୁ ମିଳିବ। ଏଥିରେ ନାୟିକା ଅଛନ୍ତି ପ୍ରିୟଙ୍କା ସାହୁ। ନବାଗତ ପ୍ରେମ ଏହାର ନିର୍ଦ୍ଦେଶକ ଓ ସଙ୍ଗୀତକାର ଅସଦ ନିଜାମ।

ଖବର ଅନୁଯାୟୀ ଫିଲ୍ମ ‘ତୁ ମୋ ଡ୍ରମଗାର୍ଲ’, ‘ମନେ ମନେ ମନ ଖୋଜୁଥିଲା’ ଓ ନିକଟରେ ମୁକ୍ତିଲାଭ କରିଥିବା ‘ଶାୟରୀ ଶାୟରୀ’ ଓଡ଼ିଆ ଫିଲ୍ମରେ ପ୍ରିୟଙ୍କା ସାହୁ ଦେଖିଥିଲେ। ସେହିପରି ପ୍ରଭାସ ଚନ୍ଦ୍ର ରାଉତଙ୍କ ପ୍ରଯୋଜିତ ‘ରଙ୍ଗିଲା ଟୋକା’ ପପୁ ପମପମଙ୍କ ପ୍ରଥମ ଓଡ଼ିଆ ଫିଲ୍ମ। ଏଥିରେ ସେ ବଙ୍ଗୀୟ ଯୁବତୀ ଦେବଯାନୀଙ୍କ ସହ ପରଦାକୁ ଆସିଥିଲେ। ଏହାପରେ ‘ଚଉକା ଛକା’। ପପୁ ପମପମଙ୍କ ସହିତ ବଙ୍ଗୀୟ ନାୟିକା ଥିଲେ ଲଭଲି। ସେହିପରି ସଙ୍ଗୀତା ଶତପଥୀଙ୍କ ପ୍ରଯୋଜିତ ‘ଆମେ ତ ଟୋକା ଷଣ୍ଢମାର୍କା’ରେ ହିରୋ ପପୁ ପମପମ୍ ଓ ନାୟିକା ସାଜିଥିଲେ ବେଙ୍ଗଲି ବିଉଟି କୋଏଲ୍ ବାନାର୍ଜୀ। ‘ମିଷ୍ଟର କହ୍ନେୟା’ରେ ପପୁଙ୍କ ସହ ଥିଲେ ଝିଲିକ୍। ଆଉ ଗାଁର ନାଁ ଗାଲୁଆପୁର’ରେ ନବାଗତା ମନୀଷା ପପୁଙ୍କ ବିପକ୍ଷରେ ନାୟିକା ଭୂମିକାରେ ଆସିଥିଲେ।

Leave a Reply

Your email address will not be published. Required fields are marked *

Back to top button