ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜନସ୍ଵାସ୍ଥ୍ୟ ବିଭାଗର ଏଷ୍ଟିମେଟର

ରାୟଗଡ଼ା : ୭ ହଜାର ଟଂକା ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିଲେ ଜନସ୍ଵାସ୍ଥ୍ୟ ବିଭାଗର ଏଷ୍ଟିମେଟର ରମାକାନ୍ତ ମଲ୍ଲିକ।

ଖବର ଅନୁଯାୟୀ ସ୍ଥାନୀୟ ଜଣେ ଠିକାଦାର ସୁମନ୍ତ ପରିଡା ପାଣି ପମ୍ପ ନିକଟରେ ଥିବା ପମ୍ପଗୁଡିକ ଖରାପ ହୋଇଥିବାରୁ ଏହାକୁ ମରାମତି କରିଥିଲେ। ଏହାର ଏଷ୍ଟିମେଟ ଓ ଏଗ୍ରିମେଣ୍ଟ କରିବା ପାଇଁ ଜନସ୍ଵାସ୍ଥ୍ୟ ବିଭାଗର ଏଷ୍ଟିମେଟର ଶ୍ରୀ ମଲ୍ଲିକଙ୍କ ପାଖକୁ ବାରମ୍ବାର ଯାଉଥିଲେ। କିନ୍ତୁ ଶ୍ରୀ ମଲ୍ଲିକ ଏଥିପାଇଁ ୭ ହଜାର ଟଂକା ମାଗିବାରୁ ସୁମନ୍ତ ଭିଜିଲାନସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନସ ଆଜି ଶ୍ରୀ ମଲ୍ଲିକଙ୍କୁ ଧରିବା ପରେ ତାଙ୍କ କୋଟଲାଗୁଡା ଭଡା ଘର ସହ ଏକାକାଳୀନ ତିନୋଟି ସ୍ଥାନରେ ଚଢାଉ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button