ସମୁଦି ସହ ଅନୈତିକ ସମ୍ପର୍କ : ପୁଅକୁ ମାରିଦେଲା ମା’, ବାପା ନେଲା ପ୍ରତିଶୋଧ

ଲଖିମପୁର : କଥାରେ ଅଛି ପାଣି ଯେପରି ଅନ୍ଧପରି ମାଡିଚାଲେ ଠିକ ସେହିପରି ପ୍ରେମ ବାଧା ବନ୍ଧନ ମାନେନି। ପ୍ରେମୀ ଯୁଗଳଙ୍କ ପାଖରେ ହାରମାନେ ବୟସ। ସେମାନଙ୍କ ଉପରେ କିଏ କ’ଣ ଟିପ୍ପଣୀ ଦେଉଛି ତା’କୁ ଖାତିର ନଥାଏ। କିନ୍ତୁ ବିରୋଧ କିମ୍ବା ପ୍ରଘଟ ହେବାର ଆଶଙ୍କା ପ୍ରକାଶ ପାଇଲେ ଅଘଟଣ ଘଟିବା ଥୟ। ଯାହା ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଦେଖିବାକୁ ମିଳିଛି। ସମୁଦି ପ୍ରେମରେ ପାଗଳ ହୋଇ ପୁଅକୁ ହତ୍ୟା କରିଛି ମା’। ଆଉ ତେସା ନୀତିରେ ବାପା ନେଇଛି ପ୍ରତିଶୋଧ।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ଲଖିମପୁର ଖେରୀର ଅଭଗାୱାନ ଗାଁ’ର ବାସିନ୍ଦା ହେଉଛନ୍ତି ସତ୍ରୋହନ ଲାଲ ଓ କାଶୀରାମ। ଦୁହେଁ ଦୁହିଙ୍କ ସମୁଦି। ୧୦ବର୍ଷ ତଳେ ସତ୍ରୋହନ ଲାଲ ପତ୍ନୀଙ୍କୁ ହରାଇଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ସତ୍ରୋହନ ଲାଲ ସମୁଦି କାଶୀରାମଙ୍କ ଘରେ ରହିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ କାଶୀରାମଙ୍କ ପତ୍ନୀଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା।

ସବୁବେଳେ ସବୁଦିନ ସମାନ ନଥାଏ ପରି ସମୁଦି-ସମୁଦୁଣୀଙ୍କ ପ୍ରେମ ସପର୍କ କାଶୀରାମଙ୍କ ପୁଅ ଦୀପେନ୍ଦ୍ର ଆଖିରେ ପଡିଲା। ଦିନେ ଉଭୟଙ୍କୁ ଏକାଠି ଦେଖିଦେଇଥିଲେଦୀପେନ୍ଦ୍ର। ମା’ଙ୍କୁ ଅନ୍ୟ ପୁରୁଷ ସହ ଦେଖି ଦୀପେନ୍ଦ୍ର ରାଗିଜୀବ ସହ ବାପାଙ୍କୁ କହିଦେବେ ବୋଲି ଦେଇଥିଲେ ଧମକ। ଏହା ଶୁଣି ସତ୍ରୋହନ ଓ କାଶୀରାମଙ୍କ ପତ୍ନୀ ଦୀପେନ୍ଦ୍ରଙ୍କୁ ବୁଝାଇ ମୁହଁ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ ପରେ ତାଙ୍କ ଉପରେ ଭରସା କରିପାରିଲେନି। ଦୁହେଁମିଶି ଦୀପେନ୍ଦ୍ରଙ୍କୁ ଗଳା ଚିପି ହତ୍ୟା କରିଥିଲେ। ୨୦୨୦ ମସିହାରେ ଏହି ଘଟଣା ଘଟିଥିଲା। ୨୦୨୨ରେ ପୋଲିସ ସତ୍ରୋହନ ଓ ଦୀପେନ୍ଦ୍ରଙ୍କ ମା’ଙ୍କୁ ଗିରଫ କରିଥିଲା। ହେଲେ ଏଥିରେ ସନ୍ତୁଷ୍ଟ ନଥିଲେ କାଶୀରାମ। ତାଙ୍କ ମନରେ ଜଳୁଥିଲା ପ୍ରତିଶୋଧର ନିଆଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୧୦ଦିନ ପୂର୍ବେ ସତ୍ରୋହନଙ୍କ ଜାମିନ କରାଇଥିଲେ। ଆଉ ମଇ ୫ ତାରିଖ ଦିନ ସତ୍ରୋହନଙ୍କୁ ଗୁଳିକରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ। ତାଙ୍କୁ ଏବେ ପୋଲିସ ଖୋଜିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button