ପୁଲଓ୍ଵାମା ଭଳି ପୁଞ୍ଚ୍‌ ଆକ୍ରମଣ : ଆରଜେଡି ବିଧାୟକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା କେନ୍ଦ୍ର ଶାସନ କ୍ଷମତାରେ ଥିବା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ହୋଇପାରେ। ଏପରି ବିବାଦୀୟ ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିଧାୟକ ବୀରେନ୍ଦ୍ର ପୁଞ୍ଚ।

ବିଧାୟକ ବୀରେନ୍ଦ୍ର କହିଛନ୍ତି ଆଗକୁ ଅର୍ଥାତ ୨୦୨୪ରେ ସାଧାରଣ ନିର୍ବାଚନ। ତେଣୁ ପୁଞ୍ଚ ଘଟଣା ପୁଲୱାମା ଆକ୍ରମଣ ଭଳି କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ହୋଇପାରେ ବୋଲି ଜଣାପଡୁଛି। ପୁଞ୍ଚରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ଏହି ଆକ୍ରମଣ ପଛର କାରଣ କ’ଣ ତାହା କେନ୍ଦ୍ର ସରକାର ବାହାର କରିବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆରଜେଡି ନେତାଙ୍କ ଅଭିଯୋଗ ଉପରେ ବିଜେପି କହିଛି ଏଭଳି ଅସମ୍ବେଦନଶୀଳ ଓ ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ଦଳପାଇଁ ପାଇଁ ଲଜ୍ଜାଜନକ। ସେହିପରି ବିଜେପି ନେତା ଅରବିନ୍ଦ କୁମାର ସିଂହ କହିଛନ୍ତି ଆରଜେଡି ନେତାଙ୍କ ମାନସିକତାକୁ ନେଇ ମୁଁ ଦୁଃଖିତ। କର୍ତ୍ତବ୍ୟ ସଂପାଦନ କାଳରେ ସହିଦ ହୋଇଥିବା ଯବାନଙ୍କ ସମବେଦନା ପାଇଁ ପାଇଁ ଆରଜେଡି ପାଖରେ ଗୋଟିଏ ଶବ୍ଦ ନାହିଁ। କିନ୍ତୁ ପୁଲଓ୍ଵାମା ଆକ୍ରମଣକୁ କେନ୍ଦ୍ର ଭୋଟ ପାଇଁ କରିଛି ବୋଲି କହିଛି।

Leave a Reply

Your email address will not be published. Required fields are marked *

Back to top button