ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ସଂଖ୍ୟା ୧୭

ବାଲେଶ୍ଵର : ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏମାନଙ୍କୁ ମିଶାଇ ୧୭ ଜଣ ଗିରଫ ହୋଇସାରିଥିବା ବେଳେ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଏହି ସୂଚନା ଦେଇଛନ୍ତି ବାଲେଶ୍ଵର ଏସ୍‌ଏସ୍‌ ସାଗରିକା ନାଥ।

ଗୁରୁବାର ବାଲେଶ୍ଵର ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି ଓଡ଼ିଶା ବାହାରେ ଓଏଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ପ୍ରିଣ୍ଟି ହୋଇଥିଲା। ୯ରୁ ୧୧ ତାରିଖ ମଧ୍ୟରେ ପ୍ରିଣ୍ଟିଂ ପ୍ରେସର ଜଣେ ହେଲ୍‌ପର ପ୍ରେସରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲା। ମାଷ୍ଟରମାଇଣ୍ଡ ବିହାରର ଜଣେ ସରକାରୀ ଅଧିକାରୀ ବୋଲି ଜଣାପଡ଼ିଛି। ଏହି ମାମଲାରେ ଓଡ଼ିଶାରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ମଧ୍ୟସ୍ଥି କରିଥିଲେ। କୌଣସି ସରକାରୀ କର୍ମଚାରୀଙ୍କ ସଂପୃକ୍ତି ଜଣାପଡ଼ିନି।

ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ବିଶାଳ କୁମା, ବିକାଶ କୁମାର, ପଶ୍ଚିମବଙ୍ଗର ବୀରେନ୍ଦ୍ର ସିଂହ, ଗଂଜାମର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ପଟ୍ଟ ସୁନୀଲ, ଯାଜପୁରର ସୁଶାନ୍ତ କୁମାର ସାହୁ, ବାଲେଶ୍ଵରର ବଟକୃଷ୍ଣ ବେହରୋ ଓ ପ୍ରସନଜୀତ ସାହୁ ଓରଫ ବାପୁନ। ଏହି ମାମଲାରେ ପୂର୍ବରୁ ବିହାରର ବିଜେନ୍ଦ୍ର କୁମାର, ରାଜ କୁମାର, ଦୀପକ କୁମାର, ଅଜୟ କୁମାର, ଆନ୍ଧ୍ରପ୍ରଦେଶର ମହମ୍ମଦ କେ ସିଦ୍ଦିକି, ଓଡ଼ିଶାର ବିଶ୍ଵରଂଜନ ମହାପାତ୍ର, ମହମ୍ମଦ କମିରୁଦ୍ଦିନ, ମୁସ୍ତାକିମ ଖାନ୍‌ ଓ ଶାହିନା ପରୱିନ୍‌ଙ୍କୁ ପୋଲିସ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

Back to top button