ସ୍ୱାମୀର ପନିକି ଚୋଟରେ ପତ୍ନୀର ଜୀବନ ଗଲା

ହାଟଡ଼ିହି : ପାରିବାରିକ କଳହର କରୁଣ ପରିଣତି। ପତ୍ନୀକୁ ପନିକିରେ ହାଣି ହତ୍ୟା କଲା ସ୍ଵାମୀ। ଏହି ଘଟଣା କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଘଟିଛି।

ଖବର ଅନୁଯାୟୀ ବଣିଆହୁଡ଼ି ଗ୍ରାମର ଅଭୟ ରାଉତ ଓ ପତ୍ନୀ ତୁଳସୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଗତକାଲି ରାତିର ଝଗଡ଼ା ଆଜି ନେଇଥିଲା ଉଗ୍ରରୂପ। ଶୁକ୍ରବାର ସକାଳେ ଅଭୟ ଏକ ପନିକିରେ ତୁଳସୀକୁ ହାଣିଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ସୋସୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭୟକୁ ଅଟକ ରଖି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

Back to top button