ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର : ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇଜଣ ସଦସ୍ୟ ରହିବେ। ଏହାଛଡା ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ପାଇଁ ୨୪ଟି ପ୍ରଶାସନିକ ଓ ଅନ୍ୟ ପଦବିକୁ ମିଳିଛି ମଞ୍ଜୁରୀ। ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ଵତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ। ଦୁଇଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅତିରିକ୍ତ ଡିଜି ବା ଆଇ.ଜି ପାହ୍ୟାର ଅଧିକାରୀ ଏବଂ ଅନ୍ୟ ଜଣେ ଡି.ଆଇ.ଜି ବା ଏସ୍‌.ପି ପାହ୍ୟାରେ ରହିବେ।

ପୋଲିସ ବିଭାଗରେ ସିପାହୀଠାରୁ ଆରମ୍ଭ କରି ସବ୍‌ ଇନିସ୍‌ପେକ୍ଟର ତଥା ମିନିଷ୍ଟରିଆଲ ଷ୍ଟାଫ ନିଯୁକ୍ତି ଦାୟିତ୍ଵ ବୋର୍ଡ ସଂପାଦନ କରିବ। ଏହି ସ୍ଥାୟୀ ବୋର୍ଡ ଗଠନ ଦ୍ଵାରା ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା ତ୍ଵରାନ୍ୱିତ ହେବ।

Leave a Reply

Your email address will not be published. Required fields are marked *

Back to top button