ବଦଳିଲେ ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ର ଓ ଝାଡ଼ଖଣ୍ଡର ବିଜେପି ରାଜ୍ୟ ସଭାପତି

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ୪ଟି ରାଜ୍ୟ ଯଥା ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶର ରାଜ୍ୟ ସଭାପତି ବଦଳାଇଛି। ପଞ୍ଜାବ ବିଜେପି ସଭାପତି ଭାବେ ସୁନୀଲ ଜାଖରଙ୍କୁ ନିଯୁକ୍ତି ମିଳିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନା, ବାବୁଲାଲ ମାରାଣ୍ଡିଙ୍କୁ ଝାଡ଼ଖଣ୍ଡ ଓ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ନୂଆ ବିଜେପି ସଭାପତି।

ସେହିପରି ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାରୁ ଓବିସି ନେତା ଏଟିଲା ରାଜେନ୍ଦ୍ରଙ୍କୁ ତେଲେଙ୍ଗାନରେ ଦଳର ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ କରାଯାଇଛି। ଅଭିଭକ୍ତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ହୋଇଛନ୍ତି ଦଳର ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ। ପଞ୍ଜାବରେ ଦଳ ଅଶ୍ୱନୀ ଶର୍ମାଙ୍କ ସ୍ଥାନରେ ସୁନୀଲ ଜାଖରଙ୍କୁ ନିଯୁକ୍ତି ଦେଇଥିବା ବେଳେ ଝାଡ଼ଖଣ୍ଡରେ ଦୀପକ ପ୍ରକାଶଙ୍କ ସ୍ଥାନରେ ବାବୁଲାଲ ମାରାଣ୍ଡିଙ୍କୁ ନିଯୁକ୍ତି ଦେଇଛି।

Leave a Reply

Your email address will not be published. Required fields are marked *

Back to top button