ସହମତି ସଂପର୍କ ପାଇଁ ସର୍ବନିମ୍ନ ବୟସ ୧୬ ନକରିବାକୁ ବିଧି ଆୟୋଗଙ୍କ ପରାମର୍ଶ

ନୂଆଦିଲ୍ଲୀ : ସହମତିରେ ଶାରୀରିକ ସଂପର୍କ ସ୍ଥାପନ ପାଇଁ ସର୍ବନିମ୍ନ ବୟସକୁ ୧୮ରୁ ୧୬ ବର୍ଷକୁ ନ କମାଇବାକୁ ବିଧି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବୟସ ହ୍ରାସ କଲେ ବାଲ୍ୟ ବିବାହ ଓ ଶିଶୁ ଚୋରା ଚାଲାଣ ବିରୋଧରେ ଲଢ଼େଇ ଉପରେ ପ୍ରତ୍ୟକ୍ଷ ଓ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି।

ଖବର ଅନୁଯାୟୀ ଆଇନ ଆୟୋଗ ପୋକ୍ସୋ ଆଇନ ଅଧୀନରେ ଯୌନ ସମ୍ପର୍କ ପାଇଁ ସମ୍ମତିର ବୟସ ସମ୍ପର୍କରେ ଆଇନ ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି। ଦେଶରେ ଏବେ ସମ୍ମତିର ବୟସ ୧୮ ବର୍ଷ ରହିଛି। ତେଣୁ ନୀରବ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ନାବାଳକ-ନବାଳିକାମାନଙ୍କ ପାଇଁ ପକ୍ସୋ ଆଇନରେ ରହିଥିବା କଠୋର ଆଇନରେ ସଂଶୋଧନର ଆବଶ୍ୟକତା ରହିଛି। ନ୍ୟାୟାଳୟ ଏ କ୍ଷେତ୍ରରେ ନ୍ୟାୟିକ ବିବେକର ଅନୁପାଳନ କରିବା ଉଚିତ୍।

ଆୟୋଗ କହିଛନ୍ତି କିଶୋରାବସ୍ଥାରେ ପ୍ରେମ ସଂପର୍କ ଉପରେ କୌଣସି ନିୟନ୍ତ୍ରଣ ନଥାଏ। କିନ୍ତୁ ଏହା ପଛରେ ଅପରାଧିକ ଅଭିପ୍ରାୟ ନ ଥାଏ। ତେଣୁ ଏପରି ମାମଲା ପାଇଁ ପକ୍ସୋ ପରି କଠୋର ଆଇନରେ ସଂଶୋଧନ କରାଯିବା ଉଚିତ୍।

Leave a Reply

Your email address will not be published. Required fields are marked *

Back to top button