ସୁରେଶ ମହାପାତ୍ର ସିଏମଓର ମୁଖ୍ୟ ପରାମର୍ଶଦାତା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଥିବା ବେଳେ ଓଇଆର୍‌ସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଇଛି।

ଖବର ଅନୁଯାୟୀ ସୁରେଶ ମହାପାତ୍ର ଗତ ଫେବ୍ରୁଆରୀ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ। ମାର୍ଚ୍ଚ ୧ ତାରିଖରେ ତାଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଆଜି ତାଙ୍କୁ ସିଏମଓର ମୁଖ୍ୟ ପରାମର୍ଶଦାତା କରାଯାଇଥିବା ବେଳେ ଏହି ଦାୟିତ୍ଵ ତୁଲାଉଥିବା ଆର୍‌. ବାଲକ୍ରୀଷ୍ଣନଙ୍କୁ ଅବ୍ୟାହତି ମିଳିଛି। ସେ ସ୍ପେଶାଲ ଇନିସିଏଟିଭ୍‌ ମୁଖ୍ୟ ପରାମର୍ଶଦାତା ରହିବେ। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ମଧ୍ୟ ଅତିରିକ୍ତ ଦାୟିତ୍ଵରୁ ମୁକ୍ତ ହୋଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ପ୍ରମୁଖ ପରାମର୍ଶଦାତା ପଦବିରୁ ଅବ୍ୟାହତି ଦେଇଛନ୍ତି। ସେ କେବଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ।

Leave a Reply

Your email address will not be published. Required fields are marked *

Back to top button