ନଭେମ୍ବର ୭ରୁ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ନିର୍ବାଚନ କମିଶନ ପକ୍ଷରୁ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ନଭେମ୍ବର ୭ରୁ ମତଦାନ ଆରମ୍ଭ ହେବ ବୋଲି କହିଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର।।

ଖବର ଆନଯାୟୀ ସୋମବାର ସାମ୍ୱାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ରାଜୀବ କୁମାର ଦେଇଥିବା ସୂଚନା ହେଲା ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୭ରୁ ଆରମ୍ଭ ହେବ। ଡିସେମ୍ବର ୩ରେ ଭୋଟ ଗଣତି। ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଓ ଅନ୍ୟ ସମସ୍ତ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ କରାଯିବ। ତେଣୁ ମତଦାନ ପ୍ରକ୍ରିୟା ନଭେମ୍ବର ୩୦ସୁଦ୍ଧା ଶେଷ ହେବ।

ନଭେମ୍ବର ୭ରେ ମିଜୋରାମ ଓ ମଧ୍ୟ ପ୍ରଦେଶ, ନଭେମ୍ବର ୨୩ରେ ରାଜସ୍ଥାନ ଓ ୩୦ରେ ତେଲେଙ୍ଗାନାରେ ମତଦାନ ସରିବ। ଛତିଶଗଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ନଭେମ୍ବର ୭ରେ ଓ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୭ରେ ହେବ।

ମିଜୋରାମ ଓ ଛତିଶଗଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୦ ଅକ୍ଟୋବରରେ ସରିବ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୦ ଅକ୍ଟୋବର ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ରାଜସ୍ଥାନରେ ୬ ନଭେମ୍ବର ଓ ତେଲେଙ୍ଗାନାରେ ୧୩ ନଭେମ୍ବର ନାମାଙ୍କନ ଦାଖଲ ଶେଷହେବ। ମିଜୋରାମ ଓ ଛତିଶଗଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୩ ଥିବାବେଳେ ମଧ୍ୟପ୍ରଦେଶ ଏବଂ ଛତିଶଗଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୨ ନଭେମ୍ବର, ରାଜସ୍ତାନ ୯ ନଭେମ୍ବର ଏବଂ ତେଲେଙ୍ଗାନା ପାଇଁ ୧୫ ନଭେମ୍ବରକୁ ଧାର୍ଯ୍ୟ କରାଯାଇଛି। ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ। ଡିସେମ୍ବର ୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ।

Leave a Reply

Your email address will not be published. Required fields are marked *

Back to top button