ଆତଙ୍କବାଦୀଙ୍କ ପତ୍ନୀକୁ ପାକିସ୍ତାନରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ନୂଆଦିଲ୍ଲୀ : ଭାରତୀୟ ଜେଲରେ ବନ୍ଦୀ ଆତଙ୍କବାଦୀ ୟାସିନ ମଲ୍ଲିକର ପତ୍ନୀ ମଶାଲ୍ ମଲ୍ଲିକଙ୍କୁ ପାକିସ୍ତାନରେ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି।

ଖବର ଅନୁଯାୟୀ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ୍-ହକ୍ କାକର ୟାସିନ୍ ମଲ୍ଲିକଙ୍କ ୧୮ ଜଣିଆ କ୍ୟାବିନେଟରେ ରହିଛନ୍ତି ୟାସିନ ମଲ୍ଲିକର ପତ୍ନୀ ମଶାଲ୍। ତାଙ୍କୁ ମାନବାଧିକାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ସାମିଲ କରାଯାଇଛି।

ସୂଚନାଯୋଗ୍ୟ ୨୦୦୯ ମସିହା ଫେବ୍ରୁଆରି ୨୨ ତାରିଖରେ ରାୱଲପିଣ୍ଡିରେ ମଶାଲ୍ ୟାସିନ ମଲିକଙ୍କୁ ବିବାହ କରିଥିଲେ। ୨୦୦୫ ମସିହାରେ ୟାସିନ ପାକିସ୍ତାନ ଗସ୍ତରେ ଥିବାବେଳେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ମାଶାଲ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ସ୍ନାତକ। ମଶାଲଙ୍କ ମା’ ରେହାନା ହୁସେନ ମଲିକ ପିଏମଏଲ-ଏନ ମହିଳା ଶାଖାର ସାଧାରଣ ସମ୍ପାଦକ ଥିବାବେଳେ ପିତା ଏମଏ ହୁସେନ ମଲିକ ଜଣେ ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞ। ଯିଏକି ଜର୍ମାନୀର ବନ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଓ ନୋବେଲ ପୁରସ୍କାର ଜୁରିର ପ୍ରଥମ ପାକିସ୍ତାନୀ ସଦସ୍ୟ ଥିଲେ। ମଶାଲ ଇସ୍ଲାମାବାଦରେ ୧୨ ବର୍ଷୀୟା ଝିଅ ରାଜିଆ ସୁଲତାନାଙ୍କ ସହ ରହନ୍ତି।

Leave a Reply

Your email address will not be published. Required fields are marked *

Back to top button