ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି କର୍ମୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର କୋରଡ଼କଣ୍ଟାର କୋଟିପତି ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଆଜି ଭିଜିଲାନ୍ସ ରେଡ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏକାକାଳୀନ ୬ଟି ସ୍ଥାନରେ ହୋଇଛି ଚଢ଼ଉ।

ଖବର ଅନୁଯାୟୀ ଭୁବନେଶ୍ୱର କେସୁରା ସ୍ଥିତ ତାଙ୍କର ଏକ ଦୁଇ ମହଲା ଘର, ଝାରପଡ଼ାସ୍ଥିତି ୨ଟି ୩ ମହଲା ଘର ସହିତ ସେଠାରେ ଥିବା ଆଉ ଏକ ଗୋଟିଏ ମହଲା ଘରେ ଚଢ଼ଉ କରାଯାଇଛି। ଏହାଛଡା କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ଘରେ ମଧ୍ୟ ଭିଡିଲାନ୍ସ ଟିମ୍ ଚଢଉ କରିଛି। ଏହି ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିବା ଜଣାପଡିଛି। ଚଢ଼ଉ ପରେ କବିତା ମାଥନଙ୍କ ମୋଟ ସମ୍ପତିର ପରିମାଣ ସଂପର୍କରେ ସଠିକ୍ ତଥ୍ୟ ମିଳିପାରିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କବିତା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମୋର ଆୟ ବହିର୍ଭୂତ ସମ୍ପତ୍ତି ନାହିଁ। ଜୀବନରେ ବହୁ କଷ୍ଟ କରି ମୁଁ ଉପରକୁ ଉଠିଛି। ମୋ ସ୍ୱାମୀ ଜମି ବେପାର କରନ୍ତି। ତାଙ୍କର ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରିଅଛି।

Leave a Reply

Your email address will not be published. Required fields are marked *

Back to top button