କ୍ରେମଲିନ୍ ଉପରେ ଡ୍ରୋନ ଆକ୍ରମଣ, ରୁଷିଆ କ୍ଷୁବ୍ଧ

କିବ୍ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ରାଷ୍ଟ୍ରପତି ନିବାସ କ୍ରେମଲିନ ଉପରେ ଡ୍ରୋନ୍ ଆକ୍ରମଣ। ଡ୍ରୋନ ଦୁଇଟିକୁ ରୁଷିଆ ସେନା ଗୁଳିକରି ଖସାଇଦେଇଛି। ପୁଟିନଙ୍କର କୌଣସି କ୍ଷତି ହୋଇନି। ହେଲେ ଏହି ଘଟଣାରେ ରୁଷିଆ କ୍ଷୁବ୍ଧ। ୟୁକ୍ରେନ ଏହାର ପରିଣତି ଭୋଗିବ ବୋଲି ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମୁଖପାତ୍ର କହିଛନ୍ତି ଡ୍ରୋନ ଆକ୍ରମଣ ସଂପର୍କରେ କୌଣସି ସୂଚନା ନାହିଁ । ୟୁକ୍ରେନ ସେନା କେବଳ ନିଜ ଦେଶକୁ ରକ୍ଷା କରିବାରେ ଲାଗିଛି। ବାହାର ଦେଶ ଉପରେ ଆକ୍ରମଣ କରେ ନାହିଁ। ଆକ୍ରମଣ ରୁଷ ପକ୍ଷରୁ ଜାଣିଶୁଣି ନିଜ ଉପରେ କରାଯାଇଛି। ମଇ ୯ ତାରିଖ ରୁଷର ବିଜୟ ଦିବସ ଥିବାରୁ ନିଜର ସୈନିକ ଓ ଦେଶବାସୀଙ୍କ ମନୋବଳ ବୃଦ୍ଧି ପାଇଁ ଏପରି କରାଯାଇଥିବା ସେ କହିଛନ୍ତି ।

ସେହିପରି ଜେଲେନସ୍କିଙ୍କ ପରାମର୍ଶଦାତା କହିଛନ୍ତି ଆକ୍ରମଣରେ ତାଙ୍କ ଦେଶର କୌଣସି ସଂପୃକ୍ତି ନାହିଁ। ଏପରି ଆକ୍ରମଣ କଲେ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ସାଧନ ହେବନି କିମ୍ବା ଯୁଦ୍ଧଭୂମିର ପରିସ୍ଥିତିକୁ ବଦଳାଇବ ନାହିଁ।

Leave a Reply

Your email address will not be published. Required fields are marked *

Back to top button