ଧାର୍ମିକସ୍ଥଳରେ ଲାଉଡସ୍ପିକର ଉଚ୍ଚ ସ୍ଵରରେ ବାଜିପାରିବନି : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ଭୋପାଳ : ଧାର୍ମିକ ସ୍ଥଳରେ ଉଚ୍ଚ ସ୍ଵରରେ ଲାଉଡସ୍ପିକର ବାଜିପାରିବ ନାହିଁ। ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବାପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିବାରୁ ମୁଁ ଦଳୀୟ ହାଇକମାଣ୍ଡଙ୍କୁ କୃତଜ୍ଞତା ଜଣାଉଛି। ଏହା ହେଉଛି ବିଜେପିର ଚରିତ୍ର ଯାହା ମୋ ଭଳି ଜଣେ ଛୋଟ କର୍ମୀଙ୍କୁ ସୁଯୋଗ ଦେଇଥାଏ। ମୁଁ ଜଣେ ସେବକ ଭାବରେ ଏହି ଦାୟିତ୍ୱ ନେଇଛି।
ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଧାର୍ମିକ ସ୍ଥଳ ଓ ଅନ୍ୟାନ୍ୟ ସ୍ଥାନରେ ଅନିୟମିତ କିମ୍ବା ଅନିୟନ୍ତ୍ରିତ ଶବ୍ଦ ପ୍ରସାରଣ ଉପକରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବ। ଏଥିପାଇଁ ଗାଇଡଲାଇନ ଜାରି କରାଯାଇଛି। ଏଥିରେ କୁହାଯାଇଛି କେତେକ ଧାର୍ମିକସ୍ଥଳରେ ନିର୍ଦ୍ଧାରିତ ଡେସିବେଲରୁ ଅଧିକ ମାତ୍ରାରେ ଲାଉଡସ୍ପିକରର ପ୍ରୟୋଗ କରାଯାଉଥିବା ଦେଖାଯାଉଛି। ଏହାଦ୍ଵାରା ଧ୍ଵନି ପ୍ରଦୂଷଣ ହେଉଥିବା ବେଳେ ଲୋକଙ୍କ ସ୍ଵାସ୍ଥ୍ୟ ଓ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି। ଲାଉଡସ୍ପିକର ନିୟନ୍ତ୍ରିତ ବ୍ୟବହାର ଉପରେ ସୁପ୍ରିମକୋର୍ଟଓ ଜାତୀୟ ଗ୍ରୀନ ଟ୍ରିବୁନାଲ ସମୟ ସମୟରେ ଆଦେଶ ଜାରି କରିଆସିଛନ୍ତି। ତେଣୁ ଅନୁମୋଦିତ ଡେସିବେଲ ବ୍ୟବହାର ଶବ୍ଦ ଉପରେ କଟକଣା ଲଗାଯାଇନାହିଁ।