ହାଇଦ୍ରାବାଦ : ରେସ୍ତୋରାଁରେ ଭୋଜନକରି ଲୋକଙ୍କ ସହ କଥାହେଲେ ରାହୁଲ୍‌

ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇଥିବା କଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ହାଇଦ୍ରାବାଦର ଏକ ରେସ୍ତୋରାଁକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ। ସେଠାକାର କର୍ମଚାରୀ ଓ ଗ୍ରାହକମାନଙ୍କ କଥାବାର୍ତ୍ତା କରି ଭଲମନ୍ଦ ପଚାରି ବୁଝିଥିଲେ।

ଖବର ଅନୁଯାୟୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ରାହୁଲ୍‌ ଗାନ୍ଧୀ। ଶନିବାର ରାହୁଲ୍‌ ଗାନ୍ଧୀ ହାଇଦ୍ରାବାଦର ଏକ ରେସ୍ତୋରାଁରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିଥିଲେ। ଏହାର ଭିଡିଓ କ୍ଲିପ୍‌ରେ ଦେଖାଯାଉଛି ରାହୁଲ୍‌ ଗାନ୍ଧୀଙ୍କ ରୋସ୍ତୋରାଁ ଟେବୁଲ ନିକଟରେ କେତେକ ଲୋକ ଘେରିଯାଇ କଥାବାର୍ତ୍ତା କରୁଛନ୍ତି।

ସେହିପରି ପୂର୍ବାହ୍ନରେ ପ୍ରଚାର ବେଳେ ରାହୁଲ୍‌ ଗାନ୍ଧୀ ହାଇଦ୍ରାବାଦର ଅଶୋକ ନଗରରେ ଯୁବକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଏନେଇ ଏକ୍ସ୍‌ରେ ରାହୁଲ୍‌ କହିଛନ୍ତି ହାଇଦ୍ରାବାଦର ଅଶୋକ ନଗରରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନଙ୍କୁ ଭେଟିଥିଲି। ତେଲେଙ୍ଗାନା ରାଜ୍ୟ ହେଲେ ସଫଳ ହେବେ ବୋଲି ସେମାନେ ଆଶା କରିଥିଲେ। କିନ୍ତୁ ତେଲେଙ୍ଗାନା ରାଜ୍ୟ ହେବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କର ଆଶା ପରିପୂରଣ ହୋଇ ନ ଥିବା କଥା ମତେ ବିବ୍ରତ କରିଛି।

Leave a Reply

Your email address will not be published. Required fields are marked *

Back to top button