ଧଳା ବାଳ କଳା କରିବେ କେମିତି ?

ମାର୍କେଟ ରେ ବିକ୍ରି ହେଉଥିବା ସମସ୍ତ କେମିକାଳ ଯୁକ୍ତ ଡାଇ ମାଧ୍ୟମରୁ ସାଧାରଣତ ଏମୋନିଆ ମିଳିଥାଏ । ଏହା ଆମ୍ଭ କେଶ କୁ ଅତ୍ୟଧିକ ଖରାପ କରିଦିଏ । ବନ୍ଧୁଗଣ ସେହି ସବୁ କେମିକାଲ କୁ ବ୍ୟବହାର କରିବା ଦ୍ଵାରା ଆପଣ ମାନଙ୍କ କେଶ ସାଧାରଣତ ବହୁଳ ଭାବରେ ପାଚିଥାଏ । ଏହି ପ୍ରୋଡ଼କ୍ଟ କୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ କେଶ ଧଳା ହେବା ସହିତ ପତଳା ମଧ୍ୟ ହୋଇଯାଇଥାଏ । ବନ୍ଧୁଗଣ ଏଥିପାଇଁ କେମିକାଲ ଯୁକ୍ତ ପ୍ରୋଡ଼କ୍ଟ ଠାରୁ ଦୂରରେ ରହି ଏହି ଘରୋଇ ଉପାୟ ଟି ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଏହି ଉପାୟଟି ବନାଇବା ନିମନ୍ତେ ପ୍ରଥମେ ଆପଣଙ୍କୁ ମେହେନ୍ଦି ପାଉଡର ଆବଶ୍ୟକ ହେବ । ହରବାଲ ଅଥବା ନାଚୁରାଲ ମେହେନ୍ଦି ପାଉଡର ର ପ୍ରୟୋଗ କରନ୍ତୁ ।

ଆପଣ ୨ ଚାମଚ ମେହେନ୍ଦି ପାଉଡର ନିଅନ୍ତୁ । ବନ୍ଧୁଗଣ ଧ୍ୟାନରେ ରଖିବେ ଯେ, ଆପଣ ଏହି ମିଶ୍ରଣ ଟି ଯେଉଁ ପାତ୍ର ରେ ବନାଇବେ ତାହା କାଚ ଅଥବା ଚୀନା ମାଟି ର ହୋଇଥିବ । ବନ୍ଧୁଗଣ ଆପଣ ପାତ୍ରରେ ନେଇଥିବା ମେହେନ୍ଦି ପାଉଡର କୁ ନରମାଲ ପାଣି ରେ ମିଶାନ୍ତୁ । ବନ୍ଧୁଗଣ ଏହାକୁ ପତଳା କରିବେ ନାହିଁ ଯେଉଁଭଳି ଭାବରେ ପେଷ୍ଟ ବନାଯାଏ ଠିକ ସେହିଭଳି ପାଣି ଦେଇ ମିଶାଇ ତାହାକୁ ଢାଙ୍କି ରାତି ସାରା ସେହିଭଳି ଭାବରେ ରଖି ଦିଅନ୍ତୁ ।

ଆପଣ ସକାଳେ ଏଥିରେ ଇନ୍ଡିଗୋ ପାଉଡର ମିଶାନ୍ତୁ ଅର୍ଥାତ ନୀଳ ପତ୍ର ପାଉଡର । ବନ୍ଧୁଗଣ ଏହି ପାଉଡର ମଧ୍ୟ ଆପଣଙ୍କୁ ହରବାଲ ବ୍ୟବହାର କରିବାକୁ ହେବ । ବନ୍ଧୁଗଣ ୨ ଚାମଚ ଇନ୍ଡିଗୋ ପାଉଡର ନେଇ ସେଥିରେ ଅଳ୍ପ ଗରମ ପାଣି ମିଶାନ୍ତୁ । ଏହାପରେ ଏହି ପେଷ୍ଟ କୁ ନେଇ ନିଜ କେଶ ରେ ଲଗାନ୍ତୁ । କେଶରେ ସଂପୂର୍ଣ୍ଣ ଲଗାଇ ସାରିଲା ପରେ ୨ ଘଣ୍ଟା ପରେ କେଶ କୁ ନର୍ମାଲ ପାଣି ରେ ଧୋଇ ଦିଅନ୍ତୁ । କେଶ ଧୋଇ ସାରିବା ପରେ ଆପଣ ଦେଖିବେ ଯେ, ଆପଣଙ୍କ କେଶ ନୀଳ ରଙ୍ଗର ସାମାନ୍ୟ ଦେଖା ଯାଉଛି ମାତ୍ର ଆପଣ ତାହା ଦେଖି ଆଦୌ ଡରିଯିବେ ନାହିଁ । ଏହା କ୍ରମଶ କଳା ହେବାରେ ଲାଗିବ ଏହା ଏହା ସହିତ ଆପଣ ଏହାକୁ ସପ୍ତାହରେ ୩ ଥର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ କେଶ ମଜବୁତ ମଧ୍ୟ ହୋଇଯିବ । 

Leave a Reply

Your email address will not be published. Required fields are marked *

Back to top button