ଭାସିଯାଇଥିବା ବାପ-ପୁଅଙ୍କ ମୃତଦେହ ମିଳିଲା

ଯାଜପୁର : ବରୀ ବ୍ଲକ ଅନ୍ତର୍ଗତ ବଳିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କିଶୋର ସିଂ ଓ ପୁଅ କୈଳାସ ଗତକାଲି ବନ୍ୟା ଜଳରେ ଭାସିଯାଇଥିଲେ। ଆଜି ସକାଳେ ଉଭୟ ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଖବର ଅନୁଯାୟୀ ଗତକାଲିବୁଧବାର କିଶୋର ପଡ଼ୋଶୀ ଗାଁରୁ ନିଜ ଗାଈକୁ ଧରି ଘରକୁ ଫେରୁଥିଲେ। ଘରଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ସେ ଭାସି ଯାଇଥିଲେ। ଘର ଛାତ ଉପରୁ ଥାଇ ବାପା ଭାସି ଯାଉଥିବା ଦେଖି ମା’ଙ୍କୁ ଡାକ ପକାଇଥିଲେ ପୁଅ କୈଳାସ। ପରେ ବାପାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ ହେଁ ଗାଈ ସହ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବାପ-ପୁଅଙ୍କର ପତ୍ତା ମିଳିନଥିଲା। ଆଜି ସକାଳେ ଗଙ୍ଗାଧରପୁର ସ୍କୁଲ ନିକଟରେ ଉଭୟଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିବା ପରେ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button