କର୍ଣ୍ଣାଟକରେ କଂଗ୍ରେସର ବିଜୟ ମୋ ପାଇଁ ଜନ୍ମଦିନ ଉପହାର : ଡି. କେ. ଶିବକୁମାର

ବେଙ୍ଗାଲୁରୁ : ରାଜ୍ୟ କଂଗ୍ରେସ ସଭାପତି ଡି. କେ. ଶିବକୁମାରଙ୍କର ଆଜି ୬୨ତମ ଜନ୍ମଦିନ। ସେ ୮ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି କର୍ଣ୍ଣାଟକବାସୀଙ୍କ ସେବା ନିମନ୍ତେ ମୋ ଜୀବନ ଉତ୍ସର୍ଗୀକୃତ। ମୋ ଜନ୍ମଦିନ ଅବ୍ୟବହିତ ପୂର୍ବରୁ କର୍ଣ୍ଣାଟକବାସୀ ମତେ ସର୍ବୋତ୍ତମ ଉପହାର ପ୍ରଦାନ କରିଛନ୍ତି। ସେଥିପାଇଁ ଆନ୍ତରିକ ଅଭିନନ୍ଦନ ଓ କଂଗ୍ରେସ ପରିବାର ନିକଟରେ କୃତଜ୍ଞ।

ସୋମବାର ଗଣମାଧ୍ୟମକୁ ଶିବକୁମାର କହିଛନ୍ତି ଆଜି ଦିଲ୍ଲୀ ଯିବା ଉଚିତ କି ଅନୁଚିତ ସେନେଇ ଦ୍ଵନ୍ଦ୍ଵରେ ରହିଛି। ଦିଲ୍ଲୀ ଯିବା କଥା ଏପର୍ଯ୍ୟନ୍ତ ସ୍ଥିର କରିନାହିଁ। କାରଣ ରାଜ୍ୟର ଅନେକ ସ୍ଥାନରୁ ଅନେକ ଲୋକ ଆସୁଛନ୍ତି। ତାହାଛଡା ଆଜି ମୋ ଜନ୍ମଦିନ ହୋଇଥିବାରୁ ଘରେ ଛୋଟଧରଣର ପୂଜା ଆୟୋଜନ କରାଯାଇଛି। ଆଉ କିଛି ପୂଜା ଥିବାରୁ ମୁଁ କେତେକ ମନ୍ଦିରକୁ ଯିବି।

Leave a Reply

Your email address will not be published. Required fields are marked *

Back to top button