ଲିଭ-ଇନ୍ରେ ୧୦ ବର୍ଷ ପରେ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ : ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ୧୦ ବର୍ଷ ଲିଭ-ଇନ୍ରେ ପରେ ଆଣ୍ଡ୍ରେୟା ଜିଆମ୍ବ୍ରୁନୋଙ୍କଠାରୁ ଅଲଗା ହୋଇଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ମେଲୋନି ଏନେଇ ଘୋଷଣା କରିଛନ୍ତି।
ଖବର ଅନୁଯାୟୀ ଜିଆମ୍ବ୍ରୁନୋ ଓ ମେଲୋନି ବିବାହ କରିନଥିଲେ ହେଁ ପ୍ରାୟ ୧୦ ବର୍ଷ ଧରି ଲିଭ-ଇନ୍ରେ ରହିଆସୁଥିଲେ। ଉଭୟଙ୍କର ଏକ ସାତ ବର୍ଷର ଝିଅ ଅଛି। ମେଲୋନି ଲେଖିଛନ୍ତି ଆମେ ଏକାଠି ବିତାଇଥିବା ସମୟ ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଏହି ସମୟ ମଧ୍ୟରେ ଯେଉଁ ସବୁ କଠିନ ସମୟର ମୁକାବିଲା କରିଥିଲୁ ବିଶେଷ କରି ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମ ଝିଅ ଜିନେଭରା ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।
ସୂଚନାଯୋଗ୍ୟ ଆଣ୍ଡ୍ରେୟା ଜିଆମ୍ବ୍ରୁନୋ ଇଟାଲୀରେ ଜଣେ ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ। ଗତ ଅଗଷ୍ଟ ମାସରେ ଦୁଷ୍କର୍ମକୁ ନେଇ ସେ ଏକ ବିବାଦୀୟ ବୟାନ ଦେଇ ଦେଇଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସେ ତାଙ୍କ ଶୋ’ରେ ପରାମର୍ଶ ଦେଇଥିଲେ ମହିଳାମାନେ ଅତ୍ୟଧିକ ମଦ୍ୟପାନ ନ କଲେ ଦୁଷ୍କର୍ମରୁ ବର୍ତ୍ତିପାରିବେ। ସେହିପରି ଜର୍ଜିଆ ମେଲୋନି ହେଉଛନ୍ତି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ବ୍ରଦର୍ସ ଅଫ୍ ଇଟାଲୀର ନେତା। ୨୦୧୫ରେ ମେଲୋନି ଏକ ଟିଭି ସୋ’ରେ ଆଣ୍ଡ୍ରେୟା ଜିଆମ୍ବ୍ରୁନୋଙ୍କୁ ଭେଟିଥିଲେ। ଏହା ପରେ ଦୁହେଁ ଧୀରେ ଧୀରେ ନିକଟତର ହୋଇ ଲିଭ-ଇନ୍ରେ ରହିଆସୁଥିଲେ।