ଭାରତୀୟ ବାୟୁସେନାକୁ ମିଳିଲା ସି-୨୯୫ କାର୍ଗୋ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ମିଳିଲା ସ୍ପେନ ନିର୍ମିତ ସି-୨୯୫ ଟେକ୍ନିକାଲ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ। ସ୍ପେନର ସିଭିଲେ ସହରରୁ ଏହି ବିମାନକୁ ଏୟାର ମାର୍ଶଲ ବି.ଆର ଚୌଧୁରୀ ଗ୍ରହଣ କରିଛନ୍ତି। ଫଳରେ ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ହୋଇଛି।

ଖବର ଅନୁଯାୟୀ ବିଶେଷଜ୍ଞଙ୍କ ମତ ବାୟୁସେନାର ବୈଷୟିକ କ୍ଷମତା ବୃଦ୍ଧି ସହ ଭାରତ ଆତ୍ମନିର୍ଭର କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି। ସି-୨୯୫ ଏୟାରକ୍ରାଫ୍ଟ ୭୩ ସୈନିକଙ୍କୁ ଏକସଂଗେ ନେଇପାରିବାର କ୍ଷମତା ରଖିଛି। ଏହାଛଡା ୧୨୭୭ରୁ ୪୫୮୭ କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ ଭରିପାରିବ। ୧୩ହଜାର ୫୩୩ ଫୁଟ୍ ଉଚ୍ଚତା ଯାଏଁ ଉଡ଼ାଣ କରିପାରିବା ସହିତ ଘଣ୍ଟାକୁ ୪୮୨ କିଲୋମିଟର ବେଗରେ ଗତିକରିପାରିବ।

Leave a Reply

Your email address will not be published. Required fields are marked *

Back to top button