ଏୟାରଇଣ୍ଡିଆ ନିଲାମରେ ଟାଟା ସନ୍ସ ବିଜୟୀ ଖବର ସତନୁହେଁ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାରଇଣ୍ଡିଆ ନିଲାମରେ ଟାଟା ସନ୍ସ ବିଜୟୀ ହୋଇଥିବା ଗଣମାଧ୍ୟମର ଚର୍ଚ୍ଚାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିଚାଳନା ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ କୁହାଯାଇଛି ଟାଟା ସନ୍ସ ଏୟାର ଇଣ୍ଡିଆ ନିଲାମରେ ବିଜୟୀ ହୋଇଛି ବୋଲି ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶିତ ହେଉଛି ସେଥିରେ ସତ୍ୟତା ନାହିଁ। ସରକାର ନିଷ୍ପତ୍ତି ସମ୍ପର୍କରେ ଯଥା ସମୟରେ ଗଣମାଧ୍ୟମକୁ ସୂଚୀତ କରାଯିବ।

ସୂଚନାଯୋଗ୍ୟ ଏୟାରଇଣ୍ଡିଆ ନିଲାମ ପ୍ରକ୍ରିୟାରେ ଟାଟା ସନ୍ସ ସବୁଠାରୁ ଆଗରେ ରହିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ନିଲାମ ଦୌଡରେ ‘ସ୍ପାଇସ୍‌ଜେଟ୍‌ର ପୃଷ୍ଠପୋଷକ ଅଜୟ ସିଂହ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ‘ଏୟାର୍‌ ଇଣ୍ଡିଆ’କୁ ଅକ୍ତିଆର କରିବା ଲାଗି ‘ଟାଟା ସନ୍ସ୍‌’ ଅଧିକ ମୂଲ୍ୟ ଉଲ୍ଲେଖ କରିଥିବା ରିପୋର୍ଟରେ କୁହାଯାଇଥିଲା। ଗତବର୍ଷ ଡିସେମ୍ବର ମାସରେ ସରକାର ଏୟାର ଇଣ୍ଡିଆ ବିକ୍ରି ପାଇଁ ନିଲାମ ଡାକିଥିଲେ। ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଥିଲେ ଟାଟା ସନ୍ସ ଓ ଅଜୟ ସିଂ।

Leave a Reply

Your email address will not be published. Required fields are marked *

Back to top button