ବିବାହ ବନ୍ଧନରେ ବାନ୍ଧିହେବେ ପବନଦୀପ ଓ ଅରୁଣିତା

ମୁମ୍ବାଇ : ଟିଭି ରିୟାଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ ୧୨ର ବିଜେତା ପବନ୍‌ଦୀପ ରାଜନ୍‌ ଓ ପ୍ରଥମ ରନର୍ସ ଅପ୍‌ ଅରୁଣିତା କାଞ୍ଜିଲାଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଉଭୟଙ୍କ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ରହିଥିଲା ବେଳେ ନିର୍ବନ୍ଧ ସରିଥିବା କୁଯାଉଛି। ଫ୍ୟାନ୍‌ମାନେ ଚାହୁଁଥିଲେ ସେମାନେ ବନ୍ଧୁ ଭାବେ ନ ରହି ଜୀବନ ଜୀବନସାଥୀ ହୋଇ ରୁହନ୍ତୁ। ଏବେ ତାହା ପୂରଣ ହେବାକୁ ଯାଉଛି।

ନିକଟରେ ପବନ-କୁରୁଣୀତାଙ୍କର ଏକ ନୂଆ ଗୀତ ରିଲିଜ୍‌ ହେବାକୁ ଯାଉଛି। ଏହି ଭିଡିଓରେ ଉଭୟେ କଣ୍ଠଦାନ କରିବା ସହତ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଗୀତର ବୋଲ୍‌ ରହିଛି- ‘ମଞ୍ଜୁର ଦିଲ୍‌’। ଏହାର ଟିଜର ନିକଟରେ ରିଲିଜ୍‌ ହୋଇଛି। ଏଥିରେ ପବନ ନିଜ ମନର କଥା ଅରୁଣିତାଙ୍କୁ କହୁଥିବା ଦେଖିବାକୁ ମିଳିଛି। ଅରୁଣିତାଙ୍କୁ ସେ କହୁଛନ୍ତି ‘ଏକ ବାତ୍‌ ପୁଛୁ…’ ଏହାର ଉତ୍ତରରେ ଅରୁଣିତା କହୁଛନ୍ତି ‘ହାଁ ପୁଛୋ…’ ପବନ କହୁଛନ୍ତି- ସାଥ୍‌ ଦୋଗି ନା ମେରା… ଏହାର ଜବାବରେ ଅରୁଣିତା କହୁଛନ୍ତି- ହମେଶା… ଉଭୟଙ୍କର ଏହି ରୋମାଣ୍ଟିକ୍‌ ଗୀତ ଅକ୍ଟୋବର ୨୩ରେ ରିଲିଜ୍‌ ହେବ।

ଗୀତ ସମ୍ପର୍କରେ ନିର୍ଦ୍ଦେଶକ ଓ ପ୍ରଯୋଜକ ରାଜ୍‌ ସୁରାନୀ କିଛି କଥା ସେୟାର କରିଛନ୍ତି। ସେ କହିଛନ୍ତି ଏହି ଗୀତର ସୁଟିଂ ଅନେକଗୁଡ଼ିଏ ସ୍ଥାନରେ ହୋଇଛି। ଉଭୟେ ଏକାଠି ଅନେକ ଗୀତ ଗାଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ସେମାନେ ଅଭିନୟ କରିଛନ୍ତି। ପବନ-ଅରୁଣିତାଙ୍କ ସହ ୨୦ଟି ଗୀତ ସାଇନ୍‌ କରିଛନ୍ତି। ଏସବୁ ଖୁବ୍‌ଶୀଘ୍ର ଗୋଟିଏ ପରେ ଗୋଟିଏ ରିଲିଜ୍‌ ହେବ।

Leave a Reply

Your email address will not be published. Required fields are marked *

Back to top button