ତାପମାତ୍ରା ବଢିବ : ଝଡ଼ ବର୍ଷା ପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଭୁବନେଶ୍ଵର : ଆଉ ତିନିଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ସକାଳେ ଖରା ଓ ଅପରାହ୍ନରେ କାଳବୈଶାଖୀର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ସୂଚନା ଦେଇଛି ଚଳିତବର୍ଷ ମୌସୁମୀ ସ୍ୱାଭାବିକ ରହିବ। ଆସନ୍ତା ୪ ତାରିଖରେ କେରଳ ଛୁଇଁବ। କିନ୍ତୁ ଓଡିଶାରେ କେବେ ପହଞ୍ଚିବ ଏବେଠାରୁ କହି ହେବନି ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ୪୦ ରୁ ୪୫ କିଲୋମିଟର ବେଗରେ ପବନ ବହିବ। ସେଥିପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରିକରଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେଉଁଝର, ମୟୁରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଂଜାମ, ଗଜପତି, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା ଓ କୋରାପୁଟ ରହିଛି।