ଟିଏମସିରେ ସାମିଲ୍ ହେଲେ ବିଜେପି ବିଧାୟକ

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ଉପ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଲାଗିଛି। ବିଧାୟକ ସୋମେନ ରୟ ଦଳ ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି। କାଲିଗଞ୍ଜର ବିଜେପି ବିଧାୟକ ସୋମେନ ରାୟ ପୂର୍ବରୁ ଟିଏମସିରେ ଥିଲେ। ତାଙ୍କ ଏହା ଥିଲା ଘର ବାହୁଡା। ବିଜେପି ଟିକେଟରୁ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ସେ ଦଳରେ ସକ୍ରିୟ ନଥିଲେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ମୋଟ୍ ୭୧ଟି ଆସନ ଜିତିଥିଲା। ହେଲେ ବିଗତ ଚାରି ସପ୍ତାହ ମଧ୍ୟରେ ୪ଜଣ ବିଜେପି ବିଧାୟକ ଟିଏମସିରେ ସାମିଲ୍ ହୋଇସାରିଛନ୍ତି। ଟିଏମସି ନେତା ପାର୍ଥ ଚାଟାର୍ଜୀ କହିଛନ୍ତି ବିଜେପି ବିଧାୟକ ସୋମେନ ରୟ ଆମ ଦଳରେ ସାମିଲ୍ ହୋଇଛନ୍ତି। ସେ ପଶ୍ଚିମବଙ୍ଗ ଓ ଉତ୍ତର ବେଙ୍ଗଲର ବିକାଶ ପାଇଁ କାମ କରିବେ।

Leave a Reply

Your email address will not be published. Required fields are marked *

Back to top button