ଅର୍ଚ୍ଚନା ନାଗ ମାମଲା : ଖଗେଶ୍ଵରଙ୍କୁ ମିଳିଲା ଜାମିନ

କଟକ : ଅର୍ଚ୍ଚନା ନାଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ଵର ପାତ୍ର ଆବଶ୍ୟକ ସର୍ତ୍ତ ପୂରଣ କରିବା ପରେ ହାଇକୋର୍ଟ ତାଙ୍କୁ ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖଗେଶ୍ଵରଙ୍କ ନିୟମିତ ଜାମିନ ଆବେଦନର ଅଗଷ୍ଟ ୯ରେ ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ବ୍ଲାକମେଲ ଘଟଣାରେ ଅର୍ଚ୍ଚନାଙ୍କ ଗିରଫଦାରୀ ପରେ ତାଙ୍କ କଳାଟଙ୍କା କାରବାର ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ଇଡି ଏ ନେଇ ମାମଲା ରୁଜୁ କରିବା ସହିତ ଖଗେଶ୍ଵରଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ଵରଙ୍କ ସହିତ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୋଧରେ ସ୍ଵତନ୍ତ୍ର ଅଦାଲତରେ ଇଡି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଭିରାମ ପାତ୍ର ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *

Back to top button