ଝାରସୁଗୁଡ଼ା : ବିଧାୟିକା କୁସୁମ ଟେଟେଙ୍କ ଗାଡ଼ିକୁ ଅଣ୍ଡା ମାଡ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବା ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଗାଡ଼ିକୁ ଅଣ୍ଡା ଓ ଟେକାପଥର ମାଡ଼। ସେ ଏନେଇ ଲଇକେରା ଥାନାରେ ଅଭିଯୋଗ କରିଛନ୍ତି।
ଖବର ଅନୁଯାୟୀ ବୁଧବାର ସନ୍ଧ୍ୟାରେ ନିକ୍ତିମାଲ ଗ୍ରାମରେ ବିଜେପିର କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ବିଜେଡି କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ‘ଘରେ ଘରେ ଶଙ୍ଖ, ଫେରିଯାଅ ଟଙ୍କ’ ନାରା ଦେଇ ପଥର ଓ ଅଣ୍ଡା ମାଡ଼ କରିଥିଲେ। ଯେଉଁଥିରେ ଜଣେ ବିଜେପି କର୍ମୀ ଆହତ ହୋଇଥିବା କୁହାଯାଉଛି। ଏପରି କାର୍ଯ୍ୟ ବାହାରୁ ଗୁଣ୍ଡା ଆଣି ଏଭଳି କରାଯାଉଥିବା ବିଧାୟିକା ଟେଟେ କହିଥିବା ବେଳେ ନିଜକୁ ଅସୁରକ୍ଷିତ ମନେକରିପୋଲିସ ସୁରକ୍ଷା ମାଗିଛନ୍ତି। ଏହି ସମୟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।




























