ସ୍ପା ସେଣ୍ଟରରେ ଦେହ ବେପାର : ୪ ଯୁବତୀ ଉଦ୍ଧାର ଓ ୨ ଯୁବକ ଅଟକ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵର ଖାରବେଳନଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍। ମସାଜ ପାର୍ଲର ନାଁ’ରେ ଚାଲିଥିଲା ଦେହବେପାର। ଆଜି ଏହାର ପର୍ଦ୍ଦାଫାସ ହୋଇଛି। ପୋଲିସ ଚଢ଼ଉ କରି ୪ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଯୁବକ ଅଟକ ରଖି ପଚରା ଉଚରା କରୁଛି।
ଖବର ଅନୁଯାୟୀ ସତ୍ୟନଗର ପ୍ଲଟ ନମ୍ବର ୧୬ରେ ସ୍ପା ସେଣ୍ଟର ଲେଖାଥିବା ବୋର୍ଡ ଲାଗିଥିଲା। କିନ୍ତୁ ଭିତରେ ହେଉଥିଲା ଦେହବେପାର। ଏ ସମ୍ପର୍କରେ ସୂଚନା ମିଳିବା ପରେ ଜଣେ ପୋଲିସ୍ କର୍ମଚାରୀ ଗ୍ରାହକ ହୋଇ ମସାଜ ପାର୍ଲରକୁ ଯାଇଥିଲେ। ଡିଲ୍ ପରେ ରେଟ୍ ଛିଡ଼ିବାରୁ ଯୁବତୀଙ୍କୁ ଡ଼କାଯାଇଥିଲା। ସେମାନେ ପହଞ୍ଚିବା ପରେ ଅପରାହ୍ନରେ ପୋଲିସ୍ ମସାଜ ପାର୍ଲର ଉପରେ ଚଢ଼ଉ କରିଥିଲା। ତେବେ ଚଢ଼ଉ ପୂର୍ବରୁ ସେକ୍ସ ରାକେଟ୍ ଚଳାଉଥିବା ଯୁବକ ଫେରାର ହୋଇଯାଇଛି। ହେଲେ ଏହି କାରବାର କେତେଦିନ ଧରି ଚାଲୁଥିଲା ତାହା ଜଣାପଡ଼ିନଥିବା ବେଳେ ଉଦ୍ଧାର ଯୁବତୀମାନଙ୍କ ସମ୍ପର୍କରେ ଜଣାପଡ଼ି ନାହିଁ।